ହରଚଣ୍ଡୀ ଉଚ୍ଚବିଦ୍ୟାଳୟରେ ପାଠ ପଢ଼ାଇଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ

add-all

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ଲାଲ ମେଣ୍ଟା ପଞ୍ଚାୟତ ର ବିଭିନ୍ନ ବିଦ୍ୟାଳୟ କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବସନ୍ତ କୁମାର ପଣ୍ଡା ମଙ୍ଗଳବାର ଗସ୍ତ କରି ବିଦ୍ୟାଳୟ ଗୁଡିକର ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଓ ଶିକ୍ଷା ଦାନ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ଲାଲମେଣ୍ଟା ପଞ୍ଚାୟତ ବୀରସିଂହ ଲକ୍ଷ୍ମୀ ନାରାୟଣପୁରସ୍ଥିତ ଜୟ ହରଚଣ୍ଡୀ ଉଚ୍ଚବିଦ୍ୟାଳୟରେ ପହଞ୍ଚି ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଦେଖିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷଦାନ କରିଥିଲେ। ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ସଠିକ ଉତ୍ତର ପାଇ ଶ୍ରୀ ପଣ୍ଡା ଖୁସିବ୍ୟକ୍ତ କରିବା ସହିତ ଶିକ୍ଷକ ମାନଙ୍କୁ ପ୍ରଶଂସା କରିଥିଲେ। ଶିକ୍ଷାଦାନ ପାଇଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ ବିଦ୍ୟାଳୟର ଶିକ୍ଷକ ମାନଙ୍କ ଉତ୍ସାହ ବୃଦ୍ଧି ପାଇଛି। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ କର୍ମଚାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପଣ୍ଡା ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ସହିତ ପ୍ରଶଂସା କରିଛନ୍ତି।

ad-week
Leave A Reply

Your email address will not be published.