ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

add-all

ହିଞ୍ଜିଳିକାଟୁ : ଗୁରୁବାର ଅପରାହ୍ନରେ ହିଞ୍ଜିଳି ପୁଲିସ ସ୍ଥାନୀୟ ଥାନା ଘୋଢେଇଶୁଣୀ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଖଣ୍ଡରା ଗ୍ରାମର ରାଜାରାମ ସ୍ବାଇଁ (୨୦) । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୨୯/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି । ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଅତିରିକ୍ତ ଥାନା ଆଇଆଇସି ପଦ୍ମଚରଣ ଭଟ୍ଟଙ୍କ ସୂତ୍ରରୁ ପ୍ରକାଶ। ପ୍ରକାଶ ଯେ, ଯୁବକ ଜଣଙ୍କ ବୁଧବାର ଅପରାହ୍ନରେ ଘରୁ କଲେଜ ଯିବାକୁ କହି ଯାଇଥିଲେ। ଗତ ୨ ଦିନ ଧରି ପରିବାର ଲୋକେ ରାଜାରାମଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବପର ହୋଇପାରିନଥିଲା। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସମୟରେ ଘୋଢେଇଶୁଣୀ ମନ୍ଦିର ନିକଟରେ ଛାତ୍ରଙ୍କ ସାଇକେଲ ରହିଥିବା ଦେଖିବାକୁ ପାଇଥିଲେ। ପରେ ନିକଟସ୍ଥ ଏକ ଗଛରେ ରଶିରେ ଛାତ୍ରଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ଘଟଣା ନେଇ ଛାତ୍ରଙ୍କ ସମ୍ପର୍କୀୟ ଭାଇ ଚନ୍ଦ୍ରହାସ ସ୍ବାଇଁ ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ମୃତ୍ୟୁର ସଠିକ୍ କାରଣ ଜଣାପଡିନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ରହସ୍ୟ ଜଣାପଡିବ ବୋଲି ପୁଲିସ କହିଛି।

ad-week
Leave A Reply

Your email address will not be published.