ପାଟଣାଗଡ ପ୍ରସିଦ୍ଧ ବଏଲ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

add-all

ପାଟଣାଗଡ : ଚଳିତ ବର୍ଷ ଦଶହରା ପୂଜା ବଏଲ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ହରିଶଙ୍କର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ଉପଜିଲ୍ଲାପାଳ ଅମିତ କୁମାର ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାର୍ବଜନୀନ ଦୁର୍ଗାପୂଜାନୋତ୍ସବ ପ୍ରସିଦ୍ଧ ବଏଲ ଯାତ୍ରା ପ୍ରସ୍ତୁତି ବୈଠକରେ ଏନ୍ ଏ ସି ଅଧ୍ୟକ୍ଷା ମାନସୀ ବିଶ୍ଵାଳ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ମେହେର, ତହସିଲଦାର ରୁଦ୍ରମଣି ନାଏକ,ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା ପ୍ରମୁଖ ଯୋଗ ଦେଇଥିଲେ । ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ସମ୍ଭାବନା ରହିଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ପାଇଁ ପୋଲିସ ମୁତୟନ କରିବାକୁ ମତ ପ୍ରକାଶ ପାଇଥିଲା । ଚଳିତ ବର୍ଷ ୨୪ /୯ /୨୪ ରେ ଦଶହରା ଅଷ୍ଟମୀରେ ପାଟଖଣ୍ଡା ବସା,୨/୧୦/ ୨୪ ମାଁ ସମଲେଶ୍ଵରୀ ଙ୍କ ଧବଳମୁଖି ବେଶ ,ଝାର ବଏଲ ଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ୩ /୧୦ ଦିନ ଦଶହରା ପ୍ରତିପଦା ତିଥି ରେ ମାଁ ପାଟଣେଶ୍ଵରୀ ଙ୍କ ଝାର ବଏଲ,୧୦/୧୦ ଦଶହରା ଶୁକ୍ଳପକ୍ଷ ଅଷ୍ଟମୀ ଭାଇଁଜିଉତିଆ, ୧୧/୧୦ ଦଶହରା ଶୁକ୍ଳପକ୍ଷ ନବମୀ ତିଥି ରେ ଐତିହାସିକ ବଏଲ ଯାତ୍ରା ଅନୁଷ୍ଠିତ ହେବ । ୧୩/୧୦ ଦଶହରା ଦଶମୀ ତିଥିରେ ଲାଖ୍ ବିନ୍ଧା କାର୍ଯ୍ୟ ପୂର୍ବ ପରମ୍ପରା ଅନୁସାରେ ବଏଲ ଯାତ୍ରା ଅନୁଷ୍ଠିତ ହେବା ସହ ଗୁପ୍ତ ବିଧି ପୂଜାର୍ଚ୍ଚନା ବ୍ୟତିତ ଅନ୍ୟ ସବୁ ପୂଜା ବିଧିକୁ ସର୍ବ ସାଧାରଣଙ୍କ ଦେଖିବା ପାଇଁ ଭିଡିଓ କାସ୍ଟିଂ ପାଇଁ ଅନୁମତି ଦିଆଯିବା ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ବିଦ୍ୟୁତ ବିଭାଗ, ସ୍ଵାସ୍ଥ୍ୟ, ପାନୀୟ ଜଳ, ପୂଜା କମିଟି, ଦେହରୀ, ପୂଜକ, ଦେବୋତ୍ତର କମିଟି, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ । ତହସିଲଦାର ଶ୍ରୀନାଏକ ସ୍ୱାଗତ ଭାଷଣ ପ୍ରଦାନ ସହ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.