ବସ୍ ଚକାରେ ଚାପି ହୋଇ ଯୁବକ ଗୁରୁତର…

add-all


ହିଞ୍ଜିଳିକାଟୁ, ୨୧ ୯: ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ନିକଟରେ ଶନିବାର ସକାଳେ ଜଣେ ଯୁବକ ବସରେ ଚଢୁଥିବା ବେଳେ ତଳକୁ ଖସିପଡି ଚକାରେ ଚାପି ହୋଇ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ସୋରଡା ଥାନା ବଡବୋରସି° ଗ୍ରାମର ଜିତେନ୍ଦ୍ର ଗୈାଡ (୨୦) ବୋଲି ଜଣାପଡିଛି। ପ୍ରକାଶ ଯେ, ଶନିବାର ସକାଳେ ସୋରଡା ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ (ଓଡି୦୭ଆର ୧୮୨୫) ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ଠାରେ ଯାତ୍ରୀଙ୍କୁ ଓହ୍ଲାଇ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବସ୍ ଟର୍ମିନାଲ ନିକଟରେ ଯୁବକ ଜଣଙ୍କ ବସରେ ଚଢୁଥିବା ବେଳେ ଅସାବଧାନତା ବଶତଃ ଖସିପଡି ବସର ଆଗ ଚକାରେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ।‌ ବସ୍ କର୍ମଚାରୀ ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଖବର ପାଇ ହିଞ୍ଜିଳି ପୁଲିସ ଡାକ୍ତରଖାନାରେ ପହଞ୍ଚି ବସକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ଥାନାରେ କୈାଣସି ଅଭିଯୋଗ ହୋଇନଥିବା ଥାନା ସୂତ୍ରରୁ ପ୍ରକାଶ ।

ad-week
Leave A Reply

Your email address will not be published.