
ଫୁଲବାଣୀ:ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ୍ କୋର୍ଟ ର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୯ବର୍ଷିଆ ନାବାଳିକା ଦୁଷ୍କର୍ମ ମାମଲା ର ବିଚାର ୧୫ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଆଧାରରେ ବିଚାର କରି ଧନୁ ନାୟକ୬୧ଵର୍ଷ, ପିତା ସ୍ଵର୍ଗତ ସଦା ନାୟକ ଗ୍ରାମ କନାଡି,ରାଇକିଆ, କନ୍ଧମାଳ ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ଟ୧୫,୦୦୦ଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ୩ ଵର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ ପୋକ୍ସୋ୍ କୋର୍ଟ ର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ। ସୁଚନା ଅନୁସାରେ ତା ୦୮.୦୩.୨୦୨୧ରିଖ ପିତାମାତା ଇଟା କାମ କରିବାକୁ ଯାଇଥିଲେ ଏବଂ ପିଡୀତା ଏକୁଟିଆ ଘରେ ଥିବାର ସୁଜୋଗ ରେ ଅଭିଯୁକ୍ତ ପିଡୀତା କୁ ଘର ଭିତରକୁ ଟେକି ନେଇ ଲଙ୍ଗଳା କରି ଦୁଷ୍କର୍ମ କରିଥିଲା। ପିଡୀତା ର ମାଆ କାମରୁ ଘରକୁ ଫେରି କବାଟ ବାଡେଇ, ଜୋର୍ ରେ ଧକ୍କା ଦେଇ ଠେଲି ପଶି ଦେଖିଲା ଯେ ଅଭିଯୁକ୍ତ ପିଡୀତା କୁ ଦୁଷ୍କର୍ମ କରୁଥିଲା, ଫଳରେ ପିଡୀତା ର ଚେତା ବୁଡିଯାଇଥିଲା। ଅଭିଯୁକ୍ତ ପିଡୀତା ର ମାଆ କୁ ଠେଲିଦେଇ ଗାଲରେ ଚାପୁଡ଼ା ମାରି ଲୁଙ୍ଗି ଧରି ପଳାଇ ଯାଇଥିଲା। ଅଭିଯୁକ୍ତ ର ପୁଅ ଏକଥା କାହାକୁ କହିଲେ କିମ୍ବା ଥାନାରେ ଲିଖିତ ଅଭିଯୋଗ କଲେ ଜୀବନରେ ମାରିଦେବି ଵୋଲି ଧମକ ଦେଇଥିଲା। ପିଡୀତା ର ମାଆ ରାଇକିଆ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ତରଣ ତପନ ବେହେରା ଥାନା କେଶ୍ ନମ୍ଵର୍ -୩୦/ତା ୦୯.୦୩.୨୦୨୧ ରିଖ ରେ ରେଜିଷ୍ଟ୍ରେସନ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ରେ ହାଜର କରାଇଥିଲେ। ଆଜି ତା ୨୧.୦୯.୨୦୨୪ରିଖରେ ବିଚାରପତି ମହାଶୟ ଉକ୍ତ ରାୟ ପ୍ରକାଶ କରିଛନ୍ତି ଏବଂ ପିଡୀତାକୁ କ୍ଷତିପୂରଣ ଅର୍ଥ ପାଞ୍ଚ ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଲିଗାଲ୍ ଏଡ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।