ରାତିରେ ରାଜଧାନୀରେ ଝିଅମାନେ ବୁଲିପାରିବେନି କାହିଁକି ? ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କଲେ କ୍ରିଷ୍ଣା ମହାନ୍ତି

add-all

ଭୁବନେଶ୍ବର : ସମାଜ ଡିଜିଟାଲ ଡେସ୍କ: ଭରତପୁର ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏହାକୁ ନେଇ ରାଜ୍ୟ ପୁଲିସ ବିଭାଗ ଏବଂ ସରକାରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହି ପରିପ୍ରେକ୍ଷୀରେ ଗାନ୍ଧୀବାଦୀ ନେତ୍ରୀ ଉତ୍କଳ ଗାନ୍ଧୀ ସ୍ମାରକ ନିଧି ସଭାନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଝିଅ କ୍ରିଷ୍ଣା ମହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗୋଟିଏ ପ୍ରଶ୍ନ କରିଛନ୍ତି। ରାତିରେ ରାଜଧାନୀରେ ଝିଅମାନେ କାହିଁକି ବୁଲି ପାରିବେନି ବୋଲି ସେ ପଚାରିଛନ୍ତି।
କ୍ରିଷ୍ଣା ତାଙ୍କ ଚିଠିରେ ଲେଖିଛନ୍ତି, ଜଣେ ଝିଅ ପ୍ରତି ପୁଲିସର ବର୍ବର ଆଚରଣ ଦେଖି ସେ ସ୍ତବ୍ଧ ହୋଇଯାଇଛନ୍ତି। ପୁଲିସ ବର୍ବର ଆଚରଣ କରିଥିବା ସେ ସାମାଜିକ ଗଣମାଧ୍ୟମରୁ ଜାଣିବାକୁ ପାଇଲେ। ଓଡ଼ିଶାର ରାଜଧାନୀ ଛାତି ଉପରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଲା। ଏଥିରେ କ’ଣ ମୁଁ ଓ ଆପଣ ନିଜକୁ ସ୍ଵାଧୀନ ବୋଲି କହିପାରିବା ? ରାତିରେ ରାଜଧାନୀରେ ଝିଅମାନେ କାହିଁକି ବୁଲିପାରିବେନି ? ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧାର କରି ଭରତପୁର ଘଟଣା ପରେ ଆପଣ ଏବଂ ମୁଁ ନିଜକୁ ସ୍ଵାଧୀନ ବୋଲି କହିପାରିବା କି ? ଏହି ଘଟଣା ପରେ ମହାତ୍ମାଙ୍କ ଆତ୍ମା କାନ୍ଦୁଥିବ ନିଶ୍ଚୟ ବୋଲି କ୍ରିଷ୍ଣା କହିଛନ୍ତି। ସେ ଆହୁରି କହିଛନ୍ତି, ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଥିବାରୁ ଅନେକ ଆଶା ରଖିଛି ବୋଲି ସେ ଚିଠିରେ ଲେଖିଛନ୍ତି।

ad-week
Leave A Reply

Your email address will not be published.