ଆନ୍ଧ୍ର ଚାଲାଣବେଳେ ୯ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଗିରଫ

add-all

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ପାଟ୍ରୋଲିଂ ସମୟରେ ମହୁଲପାଟି ଛକରୁ ୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଶ୍ରମିକମାନଙ୍କୁ ଗୋଟେ ବୋଲେରୋ ଗାଡି ଜରିଆରେ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିଲା। ପୁଲିସ ସେମାନଙ୍କୁ ଉଦ୍ଧାର କରି ଥାନାକୁ ଆଣିବା ସହିତ ତଦନ୍ତ କରିଥିଲା। ସେମାନଙ୍କ ପାଖରେ କୌଣସି କାଗଜ ପତ୍ର ନ ଥିଲା। ଶ୍ରମିକଙ୍କ ମନ୍ତବ୍ୟ ପରେ ତୁରେକେଲା ଅଞ୍ଚଳର ଦାଦନ ସର୍ଦ୍ଦାର ସଞ୍ଜୟ ରାଉତକୁ ଗିରଫ କରିଛି ପୁଲିସ। ଏ ନେଇ ଏକ ମାମଲା ନମ୍ବର ୨୮୯/୨୦୨୪ରେ ରୁଜୁ କରାଯାଇଛି। ଏହା ସହିତ ଉକ୍ତ ବୋଲେରୋ ଗାଡିକୁ ଜବତ କରାଯାଇଛି। ଉଦ୍ଧାର ୯ ଯୁବକ ହେଲେ, ତୁରେକେଲା ବ୍ଲକର ବୁଢ଼ୀବାହାଲ, ବଡ଼ଦୁକୁଳା, ଗଡ଼ଗଡ଼ବାହାଲ ଅଞ୍ଚଳର। ସମସ୍ତେ ଇଟା ଭାଟିକୁ ଶ୍ରମିକ ଭାବେ କାମ କରିବାକୁ ଯାଉଥିଲେ। ଉଦ୍ଧାର ଶ୍ରମିକଙ୍କୁ ପୁଲିସ ନିଜ ନିଜ ଗାଁରେ ଛାଡି ଦେଇଥିବା ବେଳେ ଗିରଫ ସର୍ଦ୍ଦାରକୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.