ମହୁମାଛି ଆକ୍ରମଣ; ଜଣେ ମୃତ, ୪ ଗୁରୁତର

add-all

କଲବଲ କଲା ମହୁମାଛି ଆକ୍ରମଣ। ଅବସ୍ଥା ଗୁରୁତର ହେବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୪ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ବେନ ଗାଁ ବେତିଆପଡ଼ାରେ ଘଟିଛି। ମୃତକ ହେଲେ ବୁରଜା ମାଝୀ ।

ଗତକାଲି ସନ୍ଧ୍ୟା ସମୟରେ ବୁରଜା ମାଝୀ ଓ ଗାଁର ଆଉ ୪ ଜଣ ଲୋକ ଜଙ୍ଗଲରୁ କାଠପତ୍ର ସଂଗ୍ରହ କରୁଥିଲେ। ଏହି ସମୟରେ ଅତର୍କିତ ଭାବେ ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲେ। ମହୁମାଛି ଆକ୍ରମଣରେ ସମସ୍ତେ ଦୌଡ଼ି ଗାଁକୁ ଫେରିଥିଲେ।

ଗ୍ରାମବାସୀ ତୁରନ୍ତ ସମସ୍ତଙ୍କୁ ନିକଟସ୍ଥ ବେନଗାଁ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ବୁରଜାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଗତ ରାତିରେ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମାତେ ସେଠାରେ ଆଜି ସକାଳେ ତାଙ୍କ ମୃତ୍ୟୁ ଘଟିଛି। ଅନ୍ୟମାନଙ୍କ ଅବସ୍ଥାରେ ସୁଧାର ଆସିଥିବା ଜଣାଯାଇଛି।

ad-week
Leave A Reply

Your email address will not be published.