କନ୍ଧମାଳ ଜିଲ୍ଲାର ଆଉଟ ସୋର୍ସିଙ୍ଗ କର୍ମଚାରୀମାନଙ୍କର ମୌଳିକ ସମସ୍ୟା ଦୂର କେବେ ହେବ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ଆଉଟ ସୋର୍ସିଙ୍ଗ କର୍ମଚାରୀ ମହାସଂଘ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ଉପଦେଷ୍ଟା ନୀଳମାଧବ ସାହୁ, ମାନସ ରଞ୍ଜନ ଆଚାରୀ, ସରୋଜ କୁମାର ନାୟକ ଓ ରାଜ୍ୟ ସଂଘର ଉପସଭାପତି ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଉପସ୍ଥିତ ରହି କହିଥିଲେ ଯେ ବହୁବାର ଶାନ୍ତିପୂର୍ଣ୍ଣ ଧର୍ମଘଟ ପରେ ପୂର୍ବତନ ରାଜ୍ୟ ସରକାର କର୍ମଚାରୀ ମହାସଂଘକୁ ପ୍ରତିସ୍ତୁତି ଦେଇଥିଲେ ଯେ ଖୁବ ଶୀଘ୍ର ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ପ୍ରତି ନ୍ୟାୟ ପ୍ରଦାନ କରାଯିବ କିନ୍ତୁ ନ୍ୟାୟ ପ୍ରଦାନ ପରିବର୍ତ୍ତେ ଯେଉଁ ସମୟରେ ବିଶ୍ବ ମହାମାରୀ କୋଭିତ ଆକ୍ରମଣରେ ସାରା ବିଶ୍ବ ଆକ୍ରାନ୍ତ ହେଲାବେଳେ ଏହି ଆଉଟ ସୋର୍ସିଙ୍ଗ କର୍ମଚାରୀ ଦିନରାତି ପରିଶ୍ରମ କରି ଧନ, ଜୀବନ ରାଷ୍ଟ୍ରୀୟ ସମ୍ପତିର ସୁରକ୍ଷାରେ ଲିପ୍ତ ଥିଲାବେଳେ କୌଣସି କାରଣ ନଥାଇ ବିଭିନ୍ନ ବିଭାଗରେ ୬ ରୁ ୧୬ ବର୍ଷ ପର୍ଯ୍ୟନ୍ତ ନିଷ୍ଠାର ସହ ସେବା ଯୋଗାଇ ଥିବା କର୍ମଚାରୀ ମାନଙ୍କୁ ନିଷ୍ଠୁର ଭାବରେ ଚାକିରିରୁ ଛଟେଇ କଲେ । ଗୃହ ବିଭାଗ ଅତ୍ୟନ୍ତ ଆମାନୁଷିକ ଭାବରେ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତ ଉପରେ ଏକ ନିଷେଧାଦେଶ ଜାରିକଲେ । ପରିଣାମ ସ୍ଵରୂପ ରାଜ୍ୟରୁ ପ୍ରାୟ ଚାରି ହଜାରରୁ ଅଧିକ କର୍ମଚାରୀଙ୍କୁ ଅତ୍ୟନ୍ତ ନିଷ୍ଠୁର ଭାବରେ ଚାକିରିରୁ ଛଟେଇ କଲେ ।

ଗୋଟିଏ ପଟେ ଛଟେଇ ଓ ଅନ୍ୟ ପଟେ ମହଙ୍ଗା ବଜାରରେ ମାତ୍ର ୨୫% ଦରମା ବୃଦ୍ଧି ଘୋଷଣା କଲେ ଯାହା ସମସ୍ତ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କୁ ଆଜି ଯାଏ ମିଳିଲା ନାହିଁ ଏବଂ ଏହି ବର୍ଗ ମଜୁରିଆ ମାନ୍ୟତା ଦେଇ ଏହି ସୁବିଧାରୁ ବଞ୍ଚିତ କରାଗଲା l ଏପରିକି ଏହାସହ କୌଣସି ମୌଳିକ ସୁବିଧା ଯଥା ୩୦ଦିନର ଦରମା ଛୁଟିରୁ ବି ବଞ୍ଚିତ ହେଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ବିରୋଧୀ ଦଳର ମୁଖ୍ୟ ସଚେତକ ଥିବାବେଳେ ଏହି ଅସହାୟ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ଉଭୟ ବିଧାନ ସଭାରେ ବାହାରେ ମଧ୍ୟ ଦୃଢ ଦାବୀ ଉପସ୍ଥାପନ କରିଥିଲେ ସୌଭାଗ୍ୟକୁ ସେଦିନର ବିରୋଧୀ ଦଳର ମୁଖ୍ୟ ସଚେତକ ଆଜି ଖୋଦ ମାନ୍ୟବର ଲୋକଙ୍କ ମୁଖ୍ୟମନ୍ତ୍ରୀ I ଆଶା ରଖୁଛୁ ଏବେ ନିଶ୍ଚିତ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଦିଗରେ ବିଚାର କରି ଅସହାୟ ଆଉଟସୋସିଂ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ । ରାଜ୍ୟ ମହାସଂଘର ଉପସଭାପତି ପୂର୍ଣ୍ଣ ଚନ୍ଦ୍ର ମିଶ୍ର କହିଛନ୍ତି ଯେତେବେଳେ ରାଜ୍ୟରେ ଖଣିଖାଦାନ,ଶିଳ୍ପ ସରକାରୀ ତଥା ଅର୍ଦ୍ଧ ସରକାରୀ ସଂସ୍ଥାରେ ନିଯୁକ୍ତି ସୁଯୋଗ ନଥିଲା , ସେତେବେଳେ ରାଜ୍ୟର ଉଚ୍ଚଶିକ୍ଷିତ ଯୁବଗୋଷ୍ଠୀ ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ବାଧ୍ୟ ହୋଇ ଏଭଳି ଏକ କୁଶ୍ଚିତ ଶୋଷଣକାରୀ ବ୍ୟବସ୍ଥାକୁ ଆପଣେଇ ନେଇଥିଲେ । ପ୍ରତ୍ୟେକଙ୍କ ମନରେ ଆଶା ଥିଲା ରାଜ୍ୟର ଆର୍ଥିକ ସ୍ଥିତି ସ୍ବଚ୍ଛଳ ହେଲେ ସରକାର
କିଛି ପଦକ୍ଷେପ ନେବେ । କାରଣ ଅତୀତରେ ୮୯ ଦିନ କାମକରି ଗୋଟିଏ ଆଦେଶରେ ପୁରା ଗୁରୁପ-ସି ଓ ଗୁରୁପ-ଡି କର୍ମଚାରୀ ଭାବେ ସ୍ଥାୟୀ ହୋଇଯାଉଥିଲେ। ରାଜ୍ୟମହାସଂଘର କର୍ମକର୍ତ୍ତା ମାନେ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକରି ଛଟେଇ କର୍ମଚାରୀ ମାନକୁ ପୁନଃ ନିଯୁକ୍ତି ସହ ଡେଲି ଓଜେସ୍ କର୍ମଚାରୀଙ୍କୁ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କ ଭଳି ସମାନ ସୁବିଧା ପ୍ରଦାନ କରିବା ସହ ସମସ୍ତ ବର୍ଗର ଆଉଟସୋର୍ସିଂ କର୍ମଚାରୀମାନଙ୍କୁ ସ୍ଥାୟୀ କରିବା ପାଇଁ ନିବେଦନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଆଶିଷ ପ୍ରଧାନ, ପ୍ରକାଶ ସାହୁ, କୃଷ୍ଣ ଚନ୍ଦ୍ର ମହାନ୍ତି, ଅକ୍ଷୟ ସାହୁ, ଜ୍ୟୋତି ରଞ୍ଜନ ସାହୁ, ବିରେନ୍ଦ୍ର ବାବୁ, କମଳ ବେହେରା, ପ୍ରଶାନ୍ତ ପାଢୀ, ମୁକେଶ ପ୍ରଧାନ, ଅମର ଡାକୁଆ, ସିମାଞ୍ଚଳ ଦାଶ, ଶ୍ରୀକାନ୍ତ ନନ୍ଦ, ଜିତେନ୍ଦ୍ର ଆଚାର୍ଯ୍ୟ ବିକାଶ ବିଶ୍ଵାଳ, କୁଳମଣି ରଣା, ଗଣେଶ ବେହେରା ଦଳେଇ, ସଞ୍ଚୟ ନାୟକ, କୁମୁଦ ବାବୁ ଆଶିଷ ପଟ୍ଟନାୟକ, ବିକାନୟ ଡାକୁଆ, ବିକ୍ରମ ନାୟକ, ସୁଜାତା ନାୟକ, ନମିତା ନାୟକ, ସରୋଜିନୀ ଖଟୁଆ, ବିନୀତା ଦିଗାଳ, ସରୋଜିନୀ ସାହୁ, ମହେଶ୍ଵର ସାହୁ, ସୁଜିତ ଦିଗାଳ, ମନୋଜ କୁମାର ସାହୁ, କାହ୍ନୁ ଚରଣ ଘଡେଇ, ବିବୁଦାତ୍ତ ନନ୍ଦ, ଡିମ୍ପଲ ନାୟକ, ଚିତରଞ୍ଜନ ବେହେରା ଦଳେଇ, ସନ୍ଦୀପ ଦିଗାଳ ଓ ଜିଲ୍ଲାର ବିଭିନ୍ନ ବିଭାଗର ସଂଗ୍ରାମୀ ସଦସ୍ୟ ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ l

ad-week
Leave A Reply

Your email address will not be published.