ଶ୍ରମକୋଡ଼ ବାତିଲ ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର କଳା ଦିବସ ପାଳନ

add-all

ବ୍ରହ୍ମପୁର : ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ, ମାସିକ ସର୍ବ ନିମ୍ନ 26 ହଜାର ଦରମା ଓ ପୁରୁଣା ପେନସନ ଲାଗୁକର ଦାବିରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ଆଜି ଦେଶ ବ୍ୟାପି କଳା ଦିବସ ପାଳନ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହାର ଅଂଶ ବିଶେଷ ଭାବେ ଆଜି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଗୁଡ଼ିକର ବ୍ରହ୍ମପୁର ଶାଖା ପକ୍ଷରୁ ସ୍ଥାନୀୟ ଶ୍ରମ କମିଶନର ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧ ନୀତି ଗୁଡ଼ିକୁ ଅତିଶୀଘ୍ର ବାତିଲ କରିବା ପାଇଁ ସ୍ଲୋଗାନ ଦେଇଥିଲେ।ଅତିଶୀଘ୍ର ଶ୍ରମ କୋଡ଼କୁ ବାତିଲ କରିବା ,ସର୍ବନିମ୍ନ ଦରମାମାସକୁ 26 ହଜାର ଟଙ୍କା କରିବା ଏବଂ ops ଲାଗୁ କରିବା ପାଇଁ ଦାବିକରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ CITU ନେତା ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର, AITUC ନେତା କାମଦେବ ନାହାକ , ପ୍ରଫୁଲ୍ଲ ଜେନା, ଦୈତାରୀ ରେଡ୍ଡୀ, ମୁରାଜୀ ନାୟକ ଓ ମହେନ୍ଦ୍ର ପାତ୍ର, INTUC ନେତା ଭୋକଲି ସେଠି, HMS ର ସତ୍ୟ ତ୍ରିପାଠୀ, AIUTUC ର ନିମାଇ ସାହୁ, ପାପୁନି ସାହୁ,ନୃସିଂହ ବ୍ରହ୍ମା, ସୁବୋଧ ସାହୁ, ମଧୁ ବେହେରା, AVS ପାତ୍ର ଏବଂ ରାଜା ରାଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ad-week
Leave A Reply

Your email address will not be published.