ଶାଳାପର୍ଣ୍ଣୀ ସାହିତ୍ୟ ସଂସଦ ଫିରିଙ୍ଗିଆ, କନ୍ଧମାଳ ଆଭାସୀ ମାସିକ ସାହିତ୍ୟ ଆସର ତ୍ରୟୋଦଶ ଭାଗ

add-all

ଫୁଲବାଣୀ : ରବିବାର ସନ୍ଧ୍ୟା ୬ଘଣ୍ଟା ସମୟରେ ଶାଳାପର୍ଣ୍ଣୀ ସାହିତ୍ୟ ସଂସଦର ତ୍ରୟୋଦଶ ଆଭାସୀ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠାନର ପ୍ରତିଷ୍ଠାତା ଡ.ବିରଞ୍ଚି ନାରାୟଣ ସାହୁଙ୍କ ସଭାପତିତ୍ବରେ ତ୍ରୟୋଦଶ ଆସର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଉକ୍ତ ଆସରରେ ମୁଖ୍ୟ ଅତିଥି ଭାବେ ଡ.ପ୍ରଦୀପ୍ତ କୁମାର ମିଶ୍ର ,ସମ୍ପାଦକ ସ୍ୱର୍ଣ୍ଣଚୂଡା ସାହିତ୍ୟ ପରିବାର, ମିତ୍ରପୁର, ବାଲେଶ୍ୱର ଯୋଗଦେଇଥିଲେ । ଅତିଥି ପରିଚୟ ଡ. ଚନ୍ଦ୍ରଶେଖର ଦାସ ,ସହକାରୀ ପ୍ରଫେସର, ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଫୁଲବାଣୀ କରିଥିଲେ l ଆସରର ବିଷୟ ବସ୍ତୁ – ଓଡ଼ିଆ ଅସ୍ମିତା ବନାମ ଶ୍ରୀ ଜଗନ୍ନାଥ ।କାର୍ଯ୍ୟକ୍ରମ କବିତା ସଂଯୋଜନା ପର୍ବ ଦାୟିତ୍ୱ ଶ୍ରୀମତୀ ପ୍ରଜ୍ଞା ପାରମିତା ସାହୁ ଏବଂ ଡ.ମଧୁମିତା ଷଡ଼ଙ୍ଗୀ ତୁଲାଇ ଥିଲେ।ଶାଳାପର୍ଣ୍ଣୀ ର ଜନ୍ମ ବିବରଣୀ ପାଠ କରିଥିଲେ ଶ୍ରାମତୀ ପ୍ରଭାତୀ ପାତ୍ର/ଶ୍ରୀଯୁକ୍ତ ସୁରଜିତ ପାତ୍ର ।ଉକ୍ତ ଆସରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୬୦ଜଣ କବି କବୟିତ୍ରୀ ଯୋଗଦେଇ କବିତା ପାଠ କରିଥିଲେ।ଆସରର ପରିସମାପ୍ତିରେ ଶ୍ରୀଯୁକ୍ତ ଆଶିଷ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.