ଯାତ୍ରୀବାହି ଅଟୋରୁ ପଡ଼ି ଯୁବକର ମୃତ୍ୟୁ

add-all

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ବୀରମିତ୍ରପୁର ଥାନା ଅନ୍ତର୍ଗତ ଯମୁନାଡିପା ରାସ୍ତା ଉପରେ ଯାତ୍ରୀ ବାହି ଅଟୋରୁ ପଡ଼ି ଯୁବକର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି | ଗତ ତା ୨୧/୦୯/୨୦୨୪ ରିଖ ଶନିବାର ଦିନ ସମୟ ସକାଳ ପ୍ରାୟ ୮ଟା ବେଳେ ଯାତ୍ରୀ ବାହି ଅଟୋରୁ ରାଏବଗା ଥାନା ଅନ୍ତର୍ଗତ ଘୁଣ୍ଟିଛପଲ ସାହୁ ଟୋଲାର ସ୍ୱର୍ଗୀୟ ଆଗସ୍ତୁସ ଟେଟେଙ୍କ ପୁଅ ପ୍ରଦୀପ ଟେଟେ ୧୯ ବର୍ଷ ଶ୍ରମିକ ଭାବରେ କାର୍ଯ୍ୟ କରିବା ପାଇଁ ରାଉଲକେଲା ଯାଉଥିଲା | ଅଟୋ ଚାଳକ ନିଜ ଅଟୋର ଭାରସାମ୍ୟ ହରାଇ ଅଚାନକ ବିରେକ ନେଇଥିବାରୁ ପ୍ରଦୀପ ଅଟୋରୁ ୧୪୩ ନମ୍ବର ଜାତୀୟ ରାଜପଥ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ହୋଇଥିଲା ! ଏହା ଦେଖି ଅଟୋ ଚାଳକ ଓ ଯାଉଥିବା ଶ୍ରମିକ ମାନେ ତୁରନ୍ତ କୁଆଁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ | ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଉତ୍ତମ ଚିକିତ୍ସା ପାଇଁ ରାଉଲକେଲା ସରକାରୀ ଡାକ୍ତରଖାନାକୁ ସେହି ଅଟୋରେ ପଠାଇଥିଲେ | ପୁଣି ସେଠାରୁ ମଧ୍ୟ ପ୍ରଦୀପର ମୁଣ୍ଡରେ ଅଧିକ ଆଘାତ ହେଇଥିବାରୁ ଘୋରଇ ହସ୍ପିଟାଲ ଯଏପ୍ରକାସକୁ ନେଇଥିଲେ | ଦୁଇଦିନ ପରେ ଆଜି ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି ! ଏହା ଜାଣି ଘୋର ଲୋକେ ବୀରମିତ୍ରପୁର ଥାନାରେ ଏକ ଲିଖିତ ଦରଖାସ୍ତ ଦେଇଥିଲେ | ଲିଖିତକୁ ଆଧାର କରି ପୋଲିସ ସବ ଜବତ କରିବା ସହ ବେବଚେଦ ପରେ ଘର ଲୋକଙ୍କୁ ହସ୍ତାନ୍ତର କରିବା ପୋଲିସ ପକ୍ଷରୁ ପ୍ରକାଶ |

ad-week
Leave A Reply

Your email address will not be published.