ଦରଦାମ ବୃଦ୍ଧି କୁ ନେଇ ସରକାର ନାକେଦମ ଖାଉଟି ହନ୍ତସନ୍ତ…..

ଟମାଟ ଆଳୁ ପିଆଜ ତେଲ ଦର ହୁଁ ହୁଁ ହୋଇ ବଢି ଚାଲିଛି…



ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏବେ ଖାଉଟି ମାନଙ୍କୁ ଡ଼ବଲ ଇଞ୍ଜିନ ଝଟକା ଦେଇଛି। ଏବେ ବଜାରରେ ଟମାଟ ୬୦ ଆଳୁ ୪୦ ପିଆଜ ୬୦ ତେଲ ପେକେଟ ପ୍ରତି ୨୫ ଟଙ୍କା ବୃଦ୍ଧି ହୋଇଛି। ଲୋକେ କହିଲେଣି ଆଳୁ ମନ୍ତ୍ରୀଙ୍କ ହାତରେ ଆଉ ଦର ଏବେ ନିୟନ୍ତ୍ରଣ ବାହାରକୁ ଗଲାଣି ବୋଲି। ଗଞ୍ଜାମ ଜିଲ୍ଲାକୁ ଡ଼ବଲ ଇଞ୍ଜିନ ଝଟକା ନୋ ପ୍ରୋବ୍ଲେମ ଭଳି ମନେ ହେଉଛି ଖାଉଟି ମାନଙ୍କୁ ବୋଲି ଚର୍ଚ୍ଚା ହେଉଛି। ଟମାଟ ଆଳୁ ପିଆଜ ତେଲ ଦରଦାମ ଦେଖି ଅନ୍ୟ ପରିବା ଓ ଅଟା,ସୁଜି ମରିଚ, ହଳଦୀ, ଦର ଯିଏ ଯେତିକି ପାରିଲା ସେତିକି ରେ ବିକ୍ରି କରୁଛି। ସାଧାରଣ ଗରିବ ପରିବାର ଦୁଇ ଓଳି ପେଟ ପୁରି ଖାଇବା ମୁଶ୍କିଲ ହୋଇଯାଇଛି। ନୂତନ ସରକାର ଦର ବୃଦ୍ଧି ଯୋଗୁଁ ଦିନକୁ ଦିନ ଲୋକଙ୍କ ରୋଶର ଶିକାର ହେଉଥିବା ଲକ୍ଷକରଯାଇଛି।ବ୍ୟବସାୟୀ ମାନଙ୍କୁ ସରକାର ଓ ପ୍ରଶାସନିକ ଅଧିକାରୀ କେଵେକ ଭାଷଣ ବାଜୀ ନାଲି ଆଖି ଦେଖାଇବା ଫଳରେ ସାଧାରଣ ଜନତା ମହଙ୍ଗା ମାଡ଼ ର ସମ୍ମୁଖୀନ ହେଉଥିବା ଚର୍ଚ୍ଚା ହେଉଛି। ଦୀର୍ଘ ତିନି ମାସ ହେଲା ବଜାର ରେ ସମସ୍ତ ସାମଗ୍ରୀ ଦର ହୁଁ ହୁଁ ହୋଇ ବଢ଼ିଚାଲିଛି। ନୂତନ ସରକାର ପୂର୍ବ ସରକାରଙ୍କ ଯୋଜନା ଗୁଡ଼ିକ ର ପରିବର୍ତ୍ତନ ଓ ଦୁର୍ନୀତି ର ତଦନ୍ତ ପଛରେ ପଡ଼ିଥିବା ଯୋଗୁଁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.