ମିଡିଆ ଫୋରମ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ମିଡିଆ ଫୋରମ ପକ୍ଷରୁ ସଭାପତି ଡଃ ସୂର୍ଯ୍ୟ ନାରାୟଣ ବେହେରାଙ୍କ ନେତୃତ୍ବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ମହତ କାର୍ଯ୍ୟକ୍ରମରେ କନ୍ଧମାଳ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟେଲ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବିଶେଷ କରି ମାଦିକୁନ୍ଦା ଛକ ଠାରେ ଏବଂ ୧୨ ନମ୍ବର ୱାର୍ଡର ନଦୀ କୂଳରେ ଥିବା ପଠା ଉପରେ ହେଉଥିବାରୁ ଫୋରମର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ଯବାଦ ଦେବା ସହ ବୃକ୍ଷ ରୋପଣ ର ଉଦ୍ଦେଶ୍ୟ ଓ ଲକ୍ଷ ଉପରେ ବକ୍ତବ୍ୟ ରଖିଥିଲେ l ଏଥି ସହିତ ଏପରି ପ୍ରତି ବର୍ଷ ଜିଲ୍ଲାରେ ବିଭିନ୍ନ ଜାଗାରେ ଖାଲି ଥିବା ସ୍ଥାନ ମାନଙ୍କରେ ଗୋଟିଏ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବା ପାଇଁ ପରାମର୍ଶ ଦେଇଥିଲେ l ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା
ଯୋଗ ଦେଇ ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ l ସେହିପରି ଅନ୍ୟତମ ଅତିଥି ଭାବେ ଫୁଲବାଣୀ ପୌରପରିଷଦ ଅଧ୍ୟକ୍ଷା ପାୟଲ ବେହେରା ଓ ଫୁଲବାଣୀ ରେଞ୍ଜ ବନଖଣ୍ଡ ଅଧିକାରୀ ଶିବାନନ୍ଦ ଲେଙ୍କା ଯୋଗଦେଇ ବାର ନମ୍ବର ୱାର୍ଡରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ରେ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହ ବୃକ୍ଷକୁ କିପରି ବଞ୍ଚେଇ ରଖିବା ସେ ଉପରେ ଉପସ୍ଥିତ ୱାର୍ଡବାସୀଙ୍କୁ କହିଥିଲେ l ଅନ୍ୟ ମାନଙ୍କ୍ ମଧ୍ୟରେ ବରିଷ୍ଠ ସାମ୍ବାଦିକ, ଅଜିତ ମହାରଣା ଶିବାନନ୍ଦ ପଟ୍ଟନାୟକ, ସୁନୀଲ କୁମାର ବିଶ୍ବାଳ, ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମିଡିଆ ଫୋରମର ସମ୍ପାଦକ ଶିବ ବିଶ୍ଵାଳ, ସାମ୍ବାଦିକ ତଥା ଆଇନଜିବୀ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଉପସଭାପତି, ରମେଶ ଚନ୍ଦ୍ର ପ୍ରଧାନ, କୋଷାଧ୍ଯକ୍ଷ ପ୍ରଶାନ୍ତ ପଣ୍ଡା,ଶିବ ରାମ ନାୟକ, ପ୍ରଶାନ୍ତ କୁମାର ଜେନା,ସନ୍ତୋଷ କୁମାର ବେହେରା,ରଞ୍ଜିତ କୁମାର, କାହ୍ନା ପଟ୍ଟନାୟକ, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ବନ କର୍ମଚାରୀ ପ୍ରେମାନନ୍ଦ ପାତ୍ରଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.