ବାଟ-ଛତ୍ରପୁର ଗ୍ରାମ ନିକଟସ୍ଥ ହାତୀବନ୍ଧ ପାଖ ପରିସରରେ ଅଳିଆ ଆବର୍ଜ୍ଜନା ନ ପକାଇବାକୁ ଦାବୀ

add-all

ଛତ୍ରପୁର : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କଣମଣା ପଞ୍ଚାୟତ ଅଧିନସ୍ଥ ବାଟ-ଛତ୍ରପୁର ଗ୍ରାମ ନିକଟସ୍ଥ ହାତୀବନ୍ଧ ପାଖ ପରିସରରେ ଅଳିଆ ଆବର୍ଜ୍ଜନା ପକାଇବାକୁ ସ୍ଥାନୀୟ ଲୋକଙ୍କ ବିରୋଧ କରାଯାଇଛି ।
ଏନେଇ ବୁଧବାର ବାଟ-ଛତ୍ରପୁର ଗ୍ରାମ ର କ୍ରିୟାନୁଷ୍ଠାନ କମିଟୀ ପକ୍ଷରୁ ପ୍ରତିବାଦ କରାଯିବା ସାଂଗକୁ ପ୍ରତିନିଧି ମଣ୍ଡଳୀଙ୍କ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟଳୟ କୁ ଯାଇ ଏହି ଉଦ୍ଦେଶ୍ୟରେ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।
ସର୍ବୋପରି ଛତ୍ରପୁର ସହରାଞ୍ଚଳ ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ହାତୀବନ୍ଧ ନିକଟ ଦେଇ ମା’ ବ୍ୟାଘ୍ରଦେବୀ ମନ୍ଦିର, ଗାଁ ଠାକୁରାଣୀ, ଶିରିଡ଼ି ସାଇବାବା ଙ୍କ ମନ୍ଦିର, ଶିବ ମନ୍ଦିର କୁ ଲୋକମାନେ ଯାତାୟାତ କରିଥାନ୍ତି। ଏହି ରାସ୍ତା କଡ଼ରେ
ଛତ୍ରପୁର ଏନ୍.ଏ.ସି. ପକ୍ଷରୁ ନାନା , କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ଗଦେଇ କରୁଛନ୍ତି । ଦୈନିକ ଅଳିଆ ସେଠାର ପକାଉଥିବା ନେଇ ସ୍ଥାନୀୟ ଜନ ଅସନ୍ତୋଷ ଦେଖା ଦେଇଛି । ଉକ୍ତ ସ୍ଥାନରେ କଦର୍ଯ୍ୟ ଓ ପୂତ୍ତିଗନ୍ଧମୟ ପରିବେଶ ଦେଖାଦେଇଛି । ତେଣୁ ସ୍ଥାନୀୟ ଅଞ୍ଚଳବାସୀ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି । ଏହାକୁ ଗୁରୁତ୍ଵ ଦିଆଯିବା ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଏହାକୁ ତୁରନ୍ତ ପଦକ୍ଷେପ ନିଆଯାଉ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଅଳିଆ ପକା ଯାଇଥିବା ପାର୍ଶ୍ୱରେ ଥିବା ଯାତାୟାତ ରାସ୍ତାକୁ ଲାଗି ସ୍ୱପନେଶ୍ୱର ,ବ୍ୟାଘ୍ରଦେବୀ ,ସାଇବାବା ତିନିଗୋଟି ଦେବଦେବୀ ମନ୍ଦିର ଥିବା ବେଳେ ସହର ଏବଂ ଗ୍ରାମାଞ୍ଚଳର ସମସ୍ତ ଲୋକେ କଲେଜ ଛାତ୍ରଛାତ୍ରୀମାନେ ବାଟରେ ଗଲାବେଳେ ପୂତ୍ତି ଦୃଗନ୍ଧର ଶିକାର ହେଉଛନ୍ତି । ପ୍ରତିଦିନ ଏଭଳି ଅସନ୍ତୋଷ ର ଶିକାର ହେଉଛନ୍ତି । ଏଭଳି ପରିସ୍ଥିତିର ଅନୁଧ୍ୟାନ କରି ଏଠାରେ ଅଳିଆ ଆବର୍ଜ୍ଜନା ନ ପକାଇବାକୁ ପ୍ରଶାସନ କୁ ଅନୁରୋଧ କରିଛନ୍ତି । ଏଦିଗରେ ଉଚ୍ଚ କର୍ତ୍ତୃପକ୍ଷ ତଥା ଗଞ୍ଜାମ ଜିଲ୍ଲା ପ୍ରଶାସନ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି । ନଚେତ୍ ଜନ ଆନ୍ଦୋଳନକୁ ଜୋରଦାର କରିବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି ।।

ad-week
Leave A Reply

Your email address will not be published.