
ଚିକିଟୀ : ଏହି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗତ ୧୭ ତାରିଖରୁ ଚାଲିଥିବା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଟିତ କରାଯାଉଥିବା ଦେଖିବାକୁ ମିଳିଛି । ଆଜି ଅଞ୍ଚଳ ପରିଷଦ ମଧ୍ୟରେ ଥିବା ଚିକିଟୀ ଗଡ ଓ ପେଣ୍ଠର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ରାଲି ବାହାର କରାଯାଇଥିଲା । ଏହି ରାଲି ମାଧ୍ୟମରେ ଛାତ୍ର ଛାତ୍ରୀ ମାନେ ସିଙ୍ଗଲ ପ୍ଲାଷ୍ଟିକର ବ୍ୟବହାର ସହିତ କିପରି ଅଞ୍ଚଳକୁ ପଲିଥିନ ମୁକ୍ତ ଓ ପ୍ଲାଷ୍ଟିକ ସାମଗ୍ରୀରୁ ଦୁରେଇ ରହିବା ତାହା ଉପରେ ସ୍ଲୋଗାନ ମାଧ୍ୟମରେ ଲୋକଙ୍କୁ ବାର୍ତ୍ତା ଦେଇଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାରଙ୍କ ତତ୍ତ୍ୱାବଧାନରେ ଆୟୋଜିତଏହି ରାଲିରେ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁଙ୍କ ସମେତ ତହସିଲଦାର, ବିଡିଓ, ବିଇଓ ଏବଂ କାଉନସିଲର ମାନେ ଚିକିଟୀ ପେଣ୍ଠ ବସ ଷ୍ଟାଣ୍ଡରୁ ବାହାରି ବଡ ବଜାର,ବକ୍ସି ବଜାର ମୁଖ୍ୟ ରାସ୍ତା ଦେଇ ନେଳିଆ ବନ୍ଧ ନିକଟରେ ପହଞ୍ଚିଥିଲେ। ଏହି ରାଲିରେ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ଏବଂ ସମସ୍ତ ସ୍କୁଲର ଶିକ୍ଷକଙ୍କ ସହ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ଯୁବପିଢ଼ି ଯୋଗଦାନ କରି ଉକ୍ତ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରାଇଥିଲେ।