ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବ୍ଲକ ପରିସର ସଫା

add-all

ଚିକିଟୀ : ଏହି ବ୍ଲକ ପରିସର ମଧ୍ୟରେ ଆଜି ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସ୍ଥାନୀୟ ବିଡ଼ିଓ ଲକ୍ଷ୍ମଣ ଚରଣ ସୋରେନ ଙ୍କ ତତ୍ୱାବଧାନରେ ବ୍ଲକ ପରିସର ମଧ୍ୟରେ ଥିବା ପ୍ଲାଷ୍ଟିକ,ପଲିଥିନ, ଶୁଖିଲା ପତ୍ର, ବ୍ୟବହାର ହୋଇସାରିଥିବା ପାଣି ବୋତଲ ଗୁଡିକୁ ବାହାର କରି ନଷ୍ଟ କରାଯଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ଶ୍ରୀ ସୋରେନ ପ୍ରକାଶ କରିଥିଲେ ଯେ ଆମେ ଆମର ପରିସର ସଦା ସର୍ବଦା ସଫା ରଖିଲେ ସମସ୍ତଙ୍କୁ ସେ ଉଦାହରଣ ର ରୂପ ଦେଇପାରିବ ଏବଂ ଏତଦ ବ୍ୟତୀତ ଗ୍ଲୋବାଲ ୱାର୍ମିଙ୍ଗ ବର୍ତ୍ତମାନ ଦେଶର ସବୁଠୁ ବଡ଼ ସମସ୍ୟା ଏବଂ ଏହି ସମସ୍ୟା କେବଳ ସ୍ୱଛତା ଆଉ ବୃକ୍ଷ ରୋପଣ ଦ୍ୱାରା ରୋକା ଯାଇପାରିବ ବୋଲି ମତ ପ୍ରକାଶ କରିଥିଲେ। ଆଗାମୀ ଦିନରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆନୁକୂଲ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମଧ୍ୟ କରାଯିବ ବୋଲି ବିଡ଼ିଓ ସୂଚନା ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବ୍ଲକ ବିଭାଗୀୟ ମୁଖ୍ୟ ଅଧିକାରୀ ପ୍ରଶାନ୍ତ କୁମାର ପଣ୍ଡା, ଫାଇନାନ୍ସ ଅଧିକାରୀ ସୁରେଶ କୁମାର ବେହେରା, ଯନ୍ତ୍ରୀ ରମେଶ ଚନ୍ଦ୍ର ସାହୁ, ଡ଼ିଓ ଭାଗ୍ୟଶ୍ରୀ ଦେବୀ, ଗ୍ରାମ ପଞ୍ଚାୟତ ଅଧିକାରୀ ଚକ୍ରଧର ପ୍ରଧାନ ଙ୍କ ସହ ସମସ୍ତ ବ୍ଲକ କର୍ମଚାରୀ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ।

ad-week
Leave A Reply

Your email address will not be published.