ସାମ୍ବାଦିକଙ୍କ ପିତୃ ବିୟୋଗ

add-all

ଚିକିଟୀ : ପାତ୍ରପୁର ବ୍ଲକ ତଣ୍ଡିପୁର ପଞ୍ଚାୟତ ରାଜପୁର ଗ୍ରାମର କାର୍ଯ୍ୟରତ ସାମ୍ବାଦିକ ହରିଶ୍ଚନ୍ଦ୍ର ସେଠୀଙ୍କ ବାପା ହାଡ଼ି ସେଠୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିବା ବେଳେ ସେ ଜଣେ ମିଷ୍ଟଭାଷୀ ପରୋପକାରୀ ଧର୍ମପରାୟଣ ବ୍ୟକ୍ତିତ୍ୱ ଥିଲେ । ପାତ୍ରପୁର ବ୍ଲକ ରେ ପିଅନ ଭାବେ କାର୍ଯ୍ୟକରି ସମସ୍ତଙ୍କ ପ୍ରିୟ ଭାଜନ ହୋଇଥିଲେ। ଗତ କିଛି ଦିନ ହେବ ସେ ଅସୁସ୍ଥ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲ ରେ ତାଙ୍କ ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁତ୍ର, ପୁତ୍ର ବଧୂ ଓ ଦୁଇ ନାତୁଣୀ ଓ ନାତି ମାନେ ରହିଥିଲେ। ନିଜ ପୈତୃକ ବାସଭବନ ରାଜପୁର ଗ୍ରାମ ସ୍ମଶାନ ରେ ତାଙ୍କ ଶବ ସତ୍କାର କରାଯାଇଥିଲା।

ad-week
Leave A Reply

Your email address will not be published.