ହାଇକୋର୍ଟଙ୍କ ନିର୍ଦ୍ଦେଶ: ରାସ୍ତା ଉପରେ ତୋରଣ ନିର୍ମାଣ କରାଯାଇ ପାରିବନି

add-all

କଟକ: ଶାରଦୀୟ ଦୁର୍ଗାପୂଜା ସମୟ ଯେତିକି ପାଖେଇ ଆସୁଛି, ପୂଜା ଆୟୋଜକ କମିଟି, ପ୍ରଶାସନ ଓ ସରକାରଙ୍କ ଚିନ୍ତା ସେତିକି ବଢୁଛି। ଶାନ୍ତି ଶୃଙ୍ଖଳାର ସହିତ ମା’ଙ୍କ ପୂଜା ଆୟୋଜନ ପାଇଁ ସବୁସ୍ତରରେ ଉଦ୍ୟମ ହେଉଛି। ଗୋଟିଏ ସପ୍ତାହ ପରେ ନବରାତ୍ରୀ ଆରମ୍ଭ ହୋଇଯିବ। ସେଥିପାଇଁ ସାଜସଜ୍ଜା କାମ ଜୋରସୋରରେ ଚାଲିଥିବା ବେଳେ ଓଡ଼ିଶା ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଗାପୂଜା ପାଇଁ ରାସ୍ତା ଉପରେ ତୋରଣ ନିର୍ମାଣ କରାଯାଇପାରବ ନାହିଁ। ଏନେଇ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା ୫ ତାରିଖ ସୁଦ୍ଧା ସମସ୍ତ ରାସ୍ତା ମରାମତି କାମ ସରିବ। ପୂର୍ତ୍ତ ବିଭାଗ ସଚିବ ହାଇକୋର୍ଟଙ୍କୁ ଏନେଇ ଅବଗତ କରିଛନ୍ତି। ଆଭାଷୀ ଜରିଆରେ ପୂର୍ତ୍ତ ସଚିବ ହାଜର ହୋଇଥିଲେ। ତେବେ କଟଟ ସହରର ଏକାଧିକ ସମସ୍ୟାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ସେହିପରି ହାଇକୋର୍ଟ କହିଛନ୍ତି, ଆସନ୍ତା ୫ ତାରିଖ ସୁଦ୍ଧା ସମସ୍ତ ରାସ୍ତା ମରାମତି କାମ ସରିବ। ପୂର୍ତ୍ତ ବିଭାଗ ସଚିବ ହାଇକୋର୍ଟଙ୍କୁ ଏନେଇ ଅବଗତ କରିଛନ୍ତି। ଆଭାଷୀ ଜରିଆରେ ପୂର୍ତ୍ତ ସଚିବ ହାଜର ହୋଇଥିଲେ। ତେବେ କଟଜ ସହରର ଏକାଧିକ ସମସ୍ୟାକୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାସ୍ତାର ଦୁରବସ୍ଥାକୁ ନେଇ କଟମ ମହାନଗର ନିଗମ (ସିଏମ୍‌ସି)କୁ ଭର୍ସନା କରିଛନ୍ତି।
ଦୁର୍ଗାପୂଜା ପାଇଁ କମିସନରେଟ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି। ପୁଲିସ କମିସନର ସଂଜୀବ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏଥର ଦୁର୍ଗାପୂଜାରେ ଡିଜେକୁ ବାରଣ କରାଯାଇଛି। ଡିଜେ, ମଦ ଓ ପ୍ଲାଷ୍ଟିକ୍ ମୁକ୍ତ ଦୁର୍ଗାପୂଜାକୁ ଗୁରୁତ୍ବ ଦିଆଯାଇଛି। ତା ସହିତ ପୂଜା କମିଟି ମଧ୍ୟ ବଟି ମାଗିଲେ ସଂପୃକ୍ତ ବ୍ୟକ୍ତି ବନ୍ଧା ହେବେ। ପୂଜା ମଣ୍ଡପରେ ମେଲୋଡି କାର୍ଯ୍ୟକ୍ରମ ରାତି ୧୨ଟା ଯାଏଁ ଚାଲିପାରିବ। କିନ୍ତୁ ରାବଣ ପୋଡିରେ ବାଣ ବ୍ୟବହାର ନକରିବାକୁ ନିବେଦନ କରାଯାଇଛି।

ad-week
Leave A Reply

Your email address will not be published.