ଗୁହାରିଆ ପଡି ଶେଷରେ ଜୀବନ ଦେଲେ ଅବସର ପ୍ରାପ୍ତ ଶିକ୍ଷକ

add-all

ଗଞ୍ଜାମ: ମନ୍ଦିରରେ ଗୁହାରିଆ ପଡି ଶେଷରେ ଅବସର ପ୍ରାପ୍ତ ଶିକ୍ଷକ ଜୀବନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ବେଠୁଆର ଗାଁ ଘୋଡାଦେବୀ ମନ୍ଦିର ସେଡ ଘର ପାର୍ଶ୍ୱରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ନଗୁଡୁ ଅଞ୍ଚଳର ୬୧ ବର୍ଷ ବୟସ୍କ ଅବସର ପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ପ୍ରଧାନ ରଶି ଲଗାଇ ଜୀବନ ଦେଇଛନ୍ତି। ତେବେ ସେ କାହିଁକି ଏଭଳି ପଦକ୍ଷେପ ନେଲେ ତାହା ଅସ୍ପଷ୍ଟ ରହିଛି।
କୁହାଯାଉଛି, ପୁରୁଷୋତ୍ତମ ୨୧ ଦିନ ଧରି ମା’ଙ୍କ ପୀଠରେ ଗୁହାରିଆ ପଡିଥିଲେ। ଗୁରୁବାର ତାଙ୍କର ମାନସିକର ୨୧ ଦିନ ପୂରଣ ହେବାର ଥିଲା ।
ବୁଧବାର ସେ ମାନସିକ ପୂର୍ଣ୍ଣ କରି ଘରକୁ ଫେରିବା କଥା କହୁଥିବା ବେଳେ ଗୁରୁବାର ମନ୍ଦିର ପରିସରରେ ତାଙ୍କର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା ।
ଆଗରୁ ମଧ୍ୟ ସେ ମନ୍ଦିରରେ ଚାରି ଥର ଏମିତି ଅଧିଆ ପଡିଥିଲେ । ଦୁଇ ଦୁଇ ଥର ମାନସିକ ପୂର୍ଣ୍ଣ ହୋଇଥିବା କଥା ପରିବାରକୁ କହିଥିଲେ । ହେଲେ ଗୁରୁବାର ମନ୍ଦିର ପରିସରରେ ତାଙ୍କର ଝୁଲନ୍ତା ମୃତଦେହ ମିଳିବା ପରେ ତାଙ୍କ ମୃତ୍ୟୁକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି ।
ଘଟଣା ସମ୍ପର୍କରେ ଖବର ପାଇ ବରଗଡ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ପକ୍ଷରୁ ଶବ ବ୍ୟବଚ୍ଛେଦ ପାଇଁ ତାଙ୍କ ମୃତଦେହକୁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ।

ad-week
Leave A Reply

Your email address will not be published.