ଓଡିଶା ଜୀବିକା ମିଶନ କନ୍ଧମାଳ ଜିଲ୍ଲାର କର୍ମଚାରୀମାନେ ୬ମାସ ହେବ ପାରିଶ୍ରମିକ ମିଳିନି; ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ

add-all

କନ୍ଧମାଳ : ଓଡିଶା ଜୀବିକା ମିଶନ କନ୍ଧମାଳ ଜିଲ୍ଲାର କର୍ମଚାରୀ ମାନେ ଦୀର୍ଘ ୬ମାସ ଧରି ପାରିଶ୍ରମିକ ପାଇନାହାଁନ୍ତି। ଏନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଓଡିଶା ଜୀବିକା ମିଶନର କର୍ମଚାରୀ ମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏହି ଦାବିପତ୍ର ପ୍ରଦାନ କରିଥିଲେ। ସୂଚନା ଅନୁସାରେ ଓଡିଶା ଜୀବିକା ମିଶନ ଗତ ୨୦୧୪ ମସିହା ଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରତି ଗାଁ ଓ ଗ୍ରାମ ପଞ୍ଚାୟତ ସ୍ତରରେ ସୂଚାରୁରୂପେ କାର୍ଯ୍ୟ କରୁଛନ୍ତି ଏହି କର୍ମଚାରୀ। କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ଗ୍ରାମାଞ୍ଚଳରେ ବହୁ କମ ପାରିଶ୍ରମିକରେ ସିଆରପି, ଏମବିକେ, ବ୍ୟାଙ୍କ ମିତ୍ର, ପ୍ରାଣୀମିତ୍ର, କୃଷିମିତ୍ର, ଉଦ୍ୟୋଗମିତ୍ର ଏହି ଭଳି ବିଭିନ୍ନ ପଦ ପଦବୀରେ କର୍ମଚାରୀ ମାନେ କାର୍ଯ୍ୟ କରିଆସୁଛନ୍ତି । କିନ୍ତୁ ଗତ ୬ ମାସ ହେଲା ସେମାନେ ପାରିଶ୍ରମିକ ପାଇନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ସରକାର ଏଥିରେ ହସ୍ତକ୍ଷେପ କରି ତୁରନ୍ତ ବକେୟା ଦରମା ପ୍ରଦାନ କରିବା ସହ ନିୟମିତ ମାସିକ ଦରମା ଓ ଆନୁସଙ୍ଗିକ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଏହି ବିଷୟରେ ହସ୍ତକ୍ଷେପ କରି ଯଥାଶୀଘ୍ର ଓଏଲଏମ କ୍ୟାଡର କର୍ମଚାରୀଙ୍କ ଦରମା ପ୍ରଦାନ କରିବାକୁ ଦାବି କରିଛନ୍ତି। ଦାବି ପୂରଣ ନହେଲେ ଆନ୍ଦୋଳନାତ୍ମକ ପଦକ୍ଷେପ ନେବାକୁ ବାଧ୍ୟହେବୁ ବୋଲି ଉଲ୍ଲେଖ କରିଛନ୍ତି।

ad-week
Leave A Reply

Your email address will not be published.