ବିଶ୍ୱ ପର୍ଯ୍ୟଟନ ଦିବସରେ ଶହଶହ ପ୍ଲାଷ୍ଟିକ ଓ କାଚ ବୋତଲ : ଚିନ୍ତାରେ ପରିବେଶବିତ୍‌

add-all

ବାଲିଗୁଡା : ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ଏଥିପାଇଁ ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଠାରେ ଥିବା ପର୍ଯ୍ୟଟନ କ୍ଷେତ୍ରକୁ ସଫେଇ କରାଯାଇଛି। ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ସମେତ ବସ୍‌ଷ୍ଟାଣ୍ଡ ଆଦି ଅଞ୍ଚଳକୁ ସଫା କରାଯାଇଛି। ଚାରିଆଡ଼େ ଖାଲି କୁଢ଼କୁଢ଼ ପ୍ଲାଷ୍ଟିକ୍‌ ଓ କାଚ ବୋତଲ ଦେଖିବାକୁ ମିଳିଥିଲା । ଡୁଲୁରୀ ପାଇନ ବଣରେ ଏଣେ ତେଣେ ସର୍ବାଧିକ ଶହଶହ ସଂଖ୍ୟାରେ ମଦ ବୋତଲ ପଡ଼ିଥିବା ଦେଖି ସଫେଇ କରୁଥିବା ମିଶନ ଶକ୍ତିର ମହିଳା ମାନେ ତାଜୁବ ହୋଇଯାଇଥିଲେ। ଯେଉଁ ମହିଳା ମାନେ ଅଞ୍ଚଳରେ ଚୋରା ମଦ କାରବାରକୁ ରୋକିବା ପାଇଁ ପ୍ରୟାସ କରିବା ବିରୋଧ କରି ଆସୁଛନ୍ତି, ଆଜି ସେମାନେ ବିଶ୍ୱ ପର୍ଯ୍ୟଟନ ଦିବସରେ ଏଭଳି ସଫେଇ ବେଳେ ଏତେ ସଂଖ୍ୟାରେ ଖାଲି ମଦ ବୋତଲ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି।ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍‌। ସେମାନେ ପର୍ଯ୍ୟଟକଙ୍କୁ ଏଭଳି ଏଣେ ତେଣେ ନ ପକାଇ ଗୋଟିଏ ସ୍ଥାନରେ ପ୍ଲାଷ୍ଟିକ ଓ ଖାଲି ବୋତଲ ପକାଇବାକୁ ନିବେଦନ କରିଛନ୍ତି। କଫି ବଗିଚା ଡୁଲୁରୀ ପିକ୍‌ନିକ୍‌ ସ୍ପଟ୍‌, ବସ୍‌ଷ୍ଟାଣ୍ଡ ସମେତ ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ଥିବା ପର୍ଯ୍ୟଟନ କ୍ଷେତ୍ର ଓ ବଜାର, ରାସ୍ତାଘାଟ ସଫେଇ କରାଯାଇ ଥିଲା l

ad-week
Leave A Reply

Your email address will not be published.