ଦିଦାୟୀ ଜନଜାତିଙ୍କ ୭ଦଫା ଦାବିପତ୍ରକୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସମସ୍ତ ଦିଦାୟୀ ଜନଜାତି ଆଜି କୁଡୁମୁଲୁଗୁମ୍ମା କଲ୍ୟାଣ ମଣ୍ଡପଠାରେ ସମ୍ମିଳିତ ହେବାସହ, ଦିଦାୟୀ ଜନଜାତି ଙ୍କ ଉନ୍ନତି ଓ ବିଭିନ୍ନ ସମସ୍ୟା ସମ୍ବଳିତ ଏକ ୭ ଦଫା ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏହାର ତୁରନ୍ତ ସମାଧାନ ନିମନ୍ତେ ଦାବି ଉପସ୍ଥାପନା କରିଥିଲେ । ମାଲକାନଗିରି ଜିଲ୍ଲା ଦିଦାୟୀ ସମାଜର ମାଲକାନଗିରି ଜିଲ୍ଲା ସଭାପତି ବ°ଶୀଧର ମୁଦୁଲି ଙ୍କ ନେତୃତ୍ବରେ ଉକ୍ତ ସ୍ଥାନରୁ ପାଖାପାଖି ଦେଢ଼ ହଜାରରୁ ଉର୍ଦ୍ଧ୍ବ ଦିଦାୟୀ ଜନଜାତି ଏକ ବିଶାଳ ଶୋଭାଯାତ୍ରା ଜରିଆରେ ବିଭିନ୍ନ ପ୍ଲାକାର୍ଡ ପ୍ରଦର୍ଶନ ଓ ସ୍ଲୋଗାନମାନ ଦେଇ ଦିଦାୟୀ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ ଓ ଉକ୍ତ ଦାବୀପତ୍ର କୁ ଦିଦାୟୀ ଉନ୍ନୟନ ସଂସ୍ଥା ର ସ୍ୱତନ୍ତ୍ର ଅଧିକାରୀ କିରାନୀ ନାୟକଙ୍କୁ ପ୍ରଦାନ କରିଥିଲେ । ଦିଦାୟୀ ଅଧିକାରୀ ମଧ ଏହାକୁ ସ୍ୱୀକାର କରିବା ସହ ସେ ଉକ୍ତପତ୍ରକୁ ରାଜ୍ୟ ସରକାରଙ୍କ ଆଦିବାସୀ କଲ୍ୟାଣ ବିଭାଗ ଉଦ୍ଧେଶ୍ୟରେ ଆଜି ହିଁ ପ୍ରେରଣ କରିବେ ବୋଲି ସମସ୍ତଙ୍କ ଆଶ୍ବସନା ଦେଇଥିଲେ ।

ଦାବି ଗୁଡ଼ିକ ମଧ୍ୟରେ – ଦିଦାୟୀ ଭାଷା ଭିତ୍ତିକ ଶିକ୍ଷକ ନିଯୁକ୍ତି ସମ୍ବନ୍ଧେ, ଦିଦାୟୀ ମାନଙ୍କ ଉଦ୍ଧେଶ୍ୟରେ ଆସୁଥିବା ସରକାରୀ ଅନୁଦାନକୁ କୋୖଣସି ବେସରକାରୀ ସ°ଗଠନ ଦ୍ୱାରା ତ୍ୱରାନ୍ୱିତ ନ କରିବା ସମ୍ବନ୍ଧେ, ଜଙ୍ଗଲ ଜମି ଓ ଗୋଷ୍ଠୀ ଜମି ପଟ୍ଟା ପ୍ରଦାନ ସମ୍ବନ୍ଧେ, ଦିଦାୟୀ ଛାତ୍ରଛାତ୍ରୀ ଙ୍କ ଉଚ୍ଚଶିକ୍ଷା ନିମନ୍ତେ ଶିକ୍ଷା ଅନୁଦାନ ଅର୍ଥ ପ୍ରଦାନ ନିମନ୍ତେ, ନୂଆଗୁଡା ଠାରେ ନିର୍ମିତ ଦିଦାୟୀ ବାଳକ ବିଦ୍ୟାଳୟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସମ୍ବନ୍ଧେ, ଦିଦାୟୀ ଗ୍ରାମ ତାଲିକାରୁ ବାଦ୍ ପଡ଼ିଯାଇଥିବା ଗ୍ରାମ ଗୁଡ଼ିକୁ ତୁରନ୍ତ ମୁଖ୍ୟ ତାଲିକାରେ ସାମିଲ କରିବା ସମ୍ବନ୍ଧେ ଓ ଆଦିମ ଜନଜାତି ପୋଷଣ କାର୍ଯ୍ୟକ୍ରମ କୁ ଚାଲୁ ରଖିବା ଭଳି ୭ ଦଫା ଦାବି ଗୁଡ଼ିକୁ ଉକ୍ତ ପତ୍ର ରେ ଉଲ୍ଲେଖ କରିଥିବା କଥା ଦିଦାୟୀ ଜନଜାତି ଙ୍କ ଜିଲ୍ଲା ସଭାପତି ଶ୍ରୀ ମୁଦୁଲି ଗଣମାଧ୍ୟମକୁ ସୁଚନା ଦେଇଛନ୍ତି । ଏହି ଶୋଭାଯାତ୍ରାରେ ଶାନ୍ତି , ଶୃଙ୍ଖଳା ରକ୍ଷା, ତଥା କୋୖଣସି ବିଷମ ପରିସ୍ଥିତି ର ମୁକାବିଲା ସକାଶେ ଚିତ୍ରକୋଣ୍ଡା ଏସଡିପିଓ ଓ ବାଲିମେଳା ଆଇଆଇସିଙ୍କ ନେତୃତ୍ବରେ ଏକ ପୋଲିସ ଟିମ ସ°ପୃକ୍ତ ସ୍ଥାନରେ ପହରା ଦେଇଥିବା ଜଣାପଡ଼ିଛି ।

ad-week
Leave A Reply

Your email address will not be published.