
ମାଲକାନଗିରି : ମାଲକାନଗିରି ଅନେକ ଦିନଧରି ଦାବି କରିଆସୁଥିଲେ ମଧ୍ୟ ସରକାର ନର୍ସିଂ ଅଫିସରଙ୍କ କଥା ଆଦୌ କର୍ଣ୍ଣପାତ କରୁନଥିବାରୁ ସଂପୂର୍ଣ୍ଣ କାମ ବନ୍ଦକରିଛନ୍ତି ନର୍ସିଂ ଅଫିସର । ସାରାରାଜ୍ୟରେ ଦଶଦଫା ଦାବି ନେଇ ଓଡିଶା ନସିଂ କର୍ମଚାରୀ ସଂଘ ଆନ୍ଦୋଳନ କରୁଥିବା ବେଳେ ଆଜି ଏହି ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଗତ ଦୁଇଦିନ ଧରି ବର୍ହିବିଭାଗ ମାନଙ୍କର ନସିଂ ଷ୍ଟାଫ୍ ମାନେ ଆନ୍ଦୋଳନ କରୁଥିବା ବେଳେ ଆଜି ଜରୁରିକାଳୀନ ବିଭାଗର ନର୍ସମାନେ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ଫଳରେ ଚିକିତ୍ସାଲୟରେ ରୋଗୀ ସେବାରେ ବାଧା ସୃଷ୍ଟି ହୋଇଥିବା ଜଣାପଡିଛି। ଦାବି ଗୁଡିକ ହେଲା ୧୨.୧୧.୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନସିଂ ଅଫିସର ମାନଙ୍କର ଛଅବର୍ଷ ଚୁକ୍ତି ଭିତିକ ଅବଧୂକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ଓ ସମସ୍ତ ଆର୍ଥକ ସୁବିଧା ଦିଆଯିବା, ଯୋଗ୍ୟ ନସିଂ ଅଫିସର ମାନଙ୍କୁ ବରିଷ୍ଠତା ଭିତିରେ ସିନିୟର ନସିଂ ଅଫିସର ପଦବୀରେ ପଦୋନ୍ନତି, ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ସରକାରୀ ନସିଂ ଅଫିସର ମାନଙ୍କୁ କ୍ୟାଡର ଭିତ୍ତିକ ପୋଷ୍ଟରେ ବିଭିନ୍ନ ସରାକରୀ ଚିକିତ୍ସାଳୟରେ ନସିଂ ସେବା ଯୋଗାଇ ଦେବା, ନିୟମିତ ହୋଇ ନଥୁବା ଅବଶିଷ୍ଟ ନସିଂ ଅଫିସରମାନଙ୍କୁ ତୁରନ୍ତ ନିୟମିତ କରାଯାଉ,ନସିଂ ଅଫିସର ମାନଙ୍କ ଡ୍ରେସ୍ କୋଡ ପରିବର୍ତନ କରାଯିବା ସହିତ ନସିଂ ସେବା କ୍ୟାଡରରେ ଥିବା ପ୍ରଶାସନିକ ପଦବୀରେ ଡ୍ରେସ କୋଡର ପରିବର୍ତନ କରାଯାଉ, ଇତ୍ୟାଦି ୧୦ ଦଫା ଦାବି ନେଇ ଆଜକୁ ତିନିଦିନ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।ସଭାପତି ଶ୍ରୀମତୀ ଭାରତୀ ବେହେରା ଓ ସଂପାଦକ ସଂଯୁକ୍ତା ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ୱାଧାନରେ ଏହି ଆନ୍ଦୋଳନ ଚାଲୁ ରହିଥିବା ବେଳେ ଉପସଭାପତି ସନାତନ ରାୟ, ସହ ସଂପାଦକ ଅନନ୍ତ ଗାଇନ୍ ଓ କୋଷାଧ୍ୟକ୍ଷ ସଂଯୁକ୍ତା ସେଠୀ ଅନ୍ୟ ସମସ୍ତ ବ୍ୟବସ୍ଥା ବୁଝିବାରେ ବ୍ୟସ୍ତ ରହିଥିଲେ ।