
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବୋଗା ଥାନା ଅଧୀନସ୍ଥରେ ଥିବା ଗୋପୁର ମୁହାଣୀ ରାସ୍ତାରେ ଦୁଇ ବାଇକ ମୁହାମୁହିଁ ଧକ୍କା ହେଇଥିବାରୁ ଦୁଇ ଜଣ ଗୁରୁତର ଓ ଜଣେ ଆହତ | ମୋଗୋଟୋଲି ପଟୁ ଗୋଟିଏ ବାଇକରେ ଦୁଇ ଜଣ ଯୁବକ ବୀରମିତ୍ରପୁର ଥାନା ଅନ୍ତର୍ଗତ ବୋନମୁଣ୍ଡା ଦଫେଇ ଅଞ୍ଚଳର ସନ୍ଦୀପ ବାଙ୍କରା ୩୫ ବର୍ଷ ଓ ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଷ୍ଟେସନ୍ ପାଡାର କରନ ବଡ଼ାଇକ ୨୮ ବର୍ଷ ଅଣ୍ଡାଳି ଜାମ୍ବହାଳ ପଞ୍ଚାୟତ ଅନ୍ତର୍ଗତ କୁର୍ଲୁଖମଣ୍ଡ ଯାଉଥିବା ବେଳେ ବିପରୀତ ପାର୍ଶ୍ବରୁ ଆଉ ଗୋଟିଏ ବାଇକରେ ଜଣେ ପୁରୁଷ ରାଏବଗା ମସଜିଦ ପଡା ଅଞ୍ଚଳର ମହେଶ ପ୍ରସାଦ ରାମ ୫୦ ବର୍ଷ ଗୋପୁର ରୁ ନିଜ ଘୋରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା | ରାଏବଗା ଅଞ୍ଚଳର ସ୍ଥାନୀୟ ଲୋକଙ୍କ ସହାୟତାରେ ତିନିଜଣଙ୍କୁ ଚିକିତ୍ସା ପାଇଁ ରାଏବଗା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ | ସେଠାରେ ଡାକ୍ତର ବିକାଶ କୁମାର ବେକ୍ ପ୍ରାଥମିକ ଚିକିତ୍ସା କରିବା ପରେ ଆହୁରି ଉତ୍ତମ ଚିକିତ୍ସା ପାଇଁ କରନ ବଡ଼ାଇକ ଓ ମହେଶ ପ୍ରସାଦ ରାମ ଙ୍କୁ ରାଉଲକେଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ପଠାଇଥିଲେ |