ସ୍ୱାସ୍ଥ୍ୟ ସମିତି ନବରଙ୍ଗପୁର ଆନୁକୁଲ୍ୟରେ ଯକ୍ଷ୍ମା ନିରାକରଣ ଟୀକାକରଣ ଶୁଭାରମ୍ଭ

add-all


ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ୱାସ୍ଥ୍ୟ ସମିତି ନବରଙ୍ଗପୁର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଯକ୍ଷ୍ମା ପ୍ରତିରୋଧକ ଟୀକାକରଣ ଶୁଭାରମ୍ଭ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ସମ୍ମାନୀୟ ଅତିଥି ରୂପେ ଜିଲ୍ଲା ପରିଷଦ ସଭ୍ୟା କ୍ରିଷ୍ଣା ମଞ୍ଜରୀ ବିଶୋଇ,ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା.ମଳୟ ରଞ୍ଜନ ତ୍ରିପାଠୀ,ଡା .କିସାନ ଦାସ,ଡ. ସନ୍ଧ୍ୟା ସାହୁ, ଅତିରିକ୍ତ ତହସିଲଦାର ସିମାଞ୍ଚଳ ପାତ୍ର, ଆଇଆଇସି ଗୋପାଳ କୃଷ୍ଣ ଆଗୁପତ୍ର,ସମିତି ସଭ୍ୟା ବିନୋଦିନୀ ସିଂ, ତେନ୍ତୁଳିଖୁଣ୍ଟି ସରପଞ୍ଚ ଟଭା ନାୟକ, ପୂଜାରୀଗୁଡା ସରପଞ୍ଚ ଅନାଦି ମାଝୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ବିନିତା ଜେଠୀ ପ୍ରମୁଖ ମଂଚାସୀନ ରହିଥିଲେ।ମଞ୍ଚାସୀନ ଅତିଥି ମାନେ ଯକ୍ଷ୍ମା ନିରାକରଣ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ । ଏହାପରେ ପ୍ରଥମ କରି ତେନ୍ତୁଳିଖୁଣ୍ଟିର ଗୋପାଳ କୃଷ୍ଣ ନାୟକ ,ବରିଷ୍ଠ ନାଗରିକ ନାରାୟଣ ପାତ୍ର,ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏହିଭଳି ପ୍ରାୟ ୨୦ ଜଣଙ୍କୁ ଟିକାକରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ,ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଅଗ୍ନୀଶମ ବିଭାଗ ,ପୋଲିସ କର୍ମଚାରୀଙ୍କ ସମେତ ଅଞ୍ଚଳ ର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.