ରାଉରକେଲା ଗଣଦୁଷ୍କର୍ମ ଘଟଣାରେ ଜେଲ୍ ଗଲେ ୬ ଅଭିଯୁକ୍ତ

add-all

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ଜଣେ ୧୭ ବର୍ଷର ବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ସ୍ୱତନ୍ତ୍ର POCSO କୋର୍ଟ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଯାହା ପରେ ସମସ୍ତଙ୍କୁ ଜେଲ ପଠାଇଦିଆଯାଇଛି।

ଏହି ୬ ଜଣଙ୍କୁ ଗଣଦୁଷ୍କର୍ମ ଘଟଣାରେ ଗିରଫ କରାଯିବା ପରେ ରଘୁନାଥପାଲି ପୋଲିସ ସେମାନଙ୍କୁ ସୁନ୍ଦରଗଡର ସ୍ୱତନ୍ତ୍ର କୋର୍ଟରେ ହାଜର କରିଥିଲା। କୋର୍ଟ ସେମାନଙ୍କ ଜାମିନ ଆବେଦନକୁ ଖାରଜ କରିବା ପରେ ସେମାନଙ୍କୁ ନ୍ୟାୟିକ ହେପାଜତରେ ପଠାଯାଇଥିଲା।

ଶନିବାର ଦିନ ରଘୁନାଥପାଲି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରିଥିଲା।

ad-week
Leave A Reply

Your email address will not be published.