ଏସଏସଡି ହାଇସ୍କୁଲର କର୍ମଚାରୀଙ୍କ ଭିତରେ ଚାଲିଥିବା ଅନ୍ତଃକନ୍ଦଳର ସ୍ଥାୟୀ ସମାଧାନ

add-all

ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡା ବ୍ଲକ ପଣସପୁଟ ଏସଏସଡି ହାଇସ୍କୁଲର କର୍ମଚାରୀଙ୍କ ଭିତରେ ଚାଲିଥିବା ଅନ୍ତଃକନ୍ଦଳ ର ସ୍ଥାୟୀ ସମାଧାନ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ କାର୍ଯ୍ୟରତ ସିସିଏ ଏବଂ ସ୍କୁଲର ପ୍ରଧାନ ଶିକ୍ଷକଙ୍କ କିଛିଦିନ ପୂର୍ବେ ଅନ୍ତଃକନ୍ଦଳ ଆରମ୍ଭ ହୋଇଥିଲା । ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ରଥ କାର୍ଯ୍ୟରତ ସିସିଏ ମାନଙ୍କୁ ଏବଂ ଶିକ୍ଷକ ମାନଙ୍କୁ କାର୍ଯ୍ୟକୁ ଠିକରେ ତୁଲାଇବାକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଥିଲେ । ଏହି ସବୁର ବିରୋଧ କରି କାର୍ଯ୍ୟରତ ସିସିଏ ବାସନ୍ତି ଖେମୁଡୁ ଏବଂ ଅନ୍ୟମାନେ ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତିରେ ଛାତ୍ର ଛାତ୍ରୀଙ୍କ କାମ କରୁଥିବା ଫୋଟ ରଖି ନିଜ ସମ୍ପର୍କୀୟଙ୍କ ମାଧ୍ୟମରେ ଖବର ପ୍ରସାରଣ କରୁଛନ୍ତି ଯାହା କି ସମ୍ପୂର୍ଣ୍ଣ ରୂପେ ମିଥ୍ୟା ଖବର ଏବଂ ସ୍କୁଲ ଓ ନିଜ ଅଞ୍ଚଳର ସମ୍ମାନ ହାନି ହେବାରେ ଲାଗୁଛି । ଏହି ମତାନ୍ତର କୁ ସମାଧାନ କରିବା ପାଇଁ ମାଲକାନଗିରି ଡିଡବ୍ଲୁଓ, ଏଡିଡବ୍ଲୁଓ ଏବଂ ଚିତ୍ରକୋଣ୍ଡା ଡବ୍ଲୁଇଓ ପହଞ୍ଚି ପଚରାଉଚରା କରିବା ସହ ସମସ୍ତ କର୍ମକର୍ତ୍ତା ଙ୍କୁ ବୁଝାସୁଝା କରିଛନ୍ତି । ସମସ୍ତ କର୍ମଚାରୀ କେମିତି ନିଜ କାମକୁ ଦାଇତ୍ୱର ସହିତ କରିବେ ଏବଂ ପ୍ରଧାନ ଶିକ୍ଷକ ପରିସ୍ଥିତି ଦେଖି କିଛି କୋହଳ କରିବେ ତା ବାବଦରେ ବୁଝାସୁଝା କରିଛନ୍ତି । ଏଭଳି ଅନ୍ତଃକନ୍ଦଳ କୁ ନିଜ ଭିତରେ ସମାଧାନ କରିଲେ ଏବଂ ଭୁଲ ଖବର ପ୍ରଚାର ନ କରିଲେ ନିଜ ଅଞ୍ଚଳର ସମ୍ମାନ ବଢିବା ସହିତ ଛାତ୍ରଛାତ୍ରୀ ନିଜକୁ ସୁରକ୍ଷିତ ମନେକରି ଉନ୍ନତି ମାର୍ଗରେ ଆଗେଇ ପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ad-week
Leave A Reply

Your email address will not be published.