ମୋ ବସ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାର ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ବ୍ରହ୍ମପୁର ରେଳଷ୍ଟେସନସ୍ଥିତ ଜି ଆରପିଥାନା ଘେରାଉ..

add-all

ବ୍ରହ୍ମପୁର : ଗତକାଲି ସନ୍ଧ୍ୟାରେ ମୋ ବସ ରେ କାର୍ଯ୍ୟରତ ବସ ଚାଳକ ମନୋଜ ସାହୁଙ୍କୁ କିଛି ଦୁର୍ବୃତ୍ତ ମାଡ଼ ମାରିଥିଲେ । ଫଳରେ ମନୋଜ ଗୁରୁତର ଭାବେ ଆହତ ହୋଇଥିଲେ।ଖବର ପାଇ ଜି ଆର ପି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବସ ଚଳକଙ୍କୁ ଉଦ୍ଦାର କରିବା ସହିତ ମେଡ଼ିକାଲ ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ।ତେବେ ଏହି ମାଡ଼ ମାରା ଘଟଣା ରେ ଜିଆର ପି ପୋଲିସ କାହାକୁ ଏଯାଏଁ ଗିରଫ କରି ନାହିଁ।ଯାହାକୁ ନେଇ ମୋ ବସ କର୍ମଚାରୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।ଆଜି ମୋ ବସ ର ସମସ୍ତ କର୍ମଚାରୀ ମାନେ କାର୍ଯ୍ୟ ବନ୍ଦ କରିବା ସହିତ ଜି ଆର ପି ଥାନା ଘେରାଉ କରିଥିଲେ। ଆକ୍ରମଣ ଘଟଣା ରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ ନ କରିବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବା ସହିତ ଆନ୍ଦୋଳନ ଜୋରଦାର କରିବାକୁ କର୍ମଚାରୀ ମାନେ ଚେତାବନୀ ଦେଇଛନ୍ତି।ତେବେ ଆଜି ବ୍ରହ୍ମପୁର ମହାନଗରରେ କୌଣସି ମୋ ବସ ଗଡି ନ ଥିଲା।ଫଳରେ ଯାତ୍ରୀମାନେ ବହୁ ଅସୁବିଧା ର ସମ୍ମୁଖୀନ ହୋଇଥିବା ଜଣାପଡିଛି।

ad-week
Leave A Reply

Your email address will not be published.