ବିଜେପି ପକ୍ଷରୁ ବ୍ରହ୍ମପୁରରେ ମେଗା ରକ୍ତ ଦାନ ଶିବିର

add-all

ବ୍ରହ୍ମପୁର – ବ୍ରହ୍ମପୁରରେ ବିଧାୟକ କେ. ଅନୀଲ କୁମାରଙ୍କ ନେତୃତ୍ୱରେ ମେଗା ରକ୍ତଦାନ ଶିବିରଗାନ୍ଧୀ ନଗର କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇ ଯାଇଛି।ବହୁ ଯୁବକ ଏଥିରେ ଯୋଗ ଦେଇ ରକ୍ତ ଦାନ କରିଥିଲେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ସେବା ପକ୍ଷ ପାଳନ କରାଯାଇ ଏଭଳି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବିଧାୟକ କହିଛନ୍ତି।ପାଖାପାଖି 500 ୟୁନିଟ ରକ୍ତ ସଂଗ୍ରହ କରାଯାଇ ବ୍ରହ୍ମପୁର ବଡ଼ ମେଡିକାଲ ରକ୍ତ ଭଣ୍ଡାରକୁ ପ୍ରଦାନ କରାଯିବ ବୋଲିବିଧାୟକ ଶ୍ରୀ ଅନୀଲ କୁମାର କହିଛନ୍ତି। ପ୍ରାୟ ସମୟରେ ଚିକିତ୍ସା ସମୟରେ ରକ୍ତର ଆବଶ୍ୟକତା ନେଇ ବହୁ ଲୋକ ନିବେଦନ କରିଥାନ୍ତି। ଏମକେସିଜି ରେ ରକ୍ତର ଅଭାବ ପୂରଣ ପାଇଁ ଏଭଳି ପଦକ୍ଷେପ ନେଇଥିବା ବିଧାୟକ କେ. ଅନୀଲ କୁମାର କହିଛନ୍ତି। ଏହି ଅବସରରେ ବିଜେପି ଜିଲ୍ଲା ସଭାପତି ଡ଼ଃ. ସୁବାଷ ସାହୁ, ବରିଷ୍ଠ ବିଜେପି ନେତା ଟି. ଗୋପୀ, ପୀତବାସ ପଣ୍ଡା, ସଞ୍ଜୟ ଜେନା, ବଦ୍ରୀ ନାରାୟଣ ନାୟକ,ରାଜୀବ ମିଶ୍ର ଙ୍କ ସମେତ ବହୁ ବିଜେପି କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.