ଚଳନ୍ତା ସ୍କୁଲ ବସ୍‌ରେ ଲାଗିଲା ନିଆଁ, ୨୫ ଜଣ ଜୀବନ୍ତ ଦଗ୍ଧ

add-all

ବ୍ୟାଙ୍କକ : ସ୍କୁଲ ପିଲା ଓ ସେମାନଙ୍କ ଶିକ୍ଷକମାନଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ରେ ଲାଗିଛି ଭୟଙ୍କର ନିଆଁ। ଅଗ୍ନିକାଣ୍ଡରେ ବସ୍‌ଟି ସଂପୂର୍ଣ୍ଣ ପୋଡ଼ିଜଳି ପାଉଁଶ ହୋଇଯାଇଥିବା ବେଳେ ଏଥିରେ ୨୫ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ବ୍ୟାଙ୍କଙ୍କ ଉପକଣ୍ଠରେ ଏପରି ଭୟଙ୍କର ଘଟଣା ଘଟିଛି।
ପ୍ରାଥମିକ ସୂଚନା ଅନୁସାରେ, ବସ୍‌ରେ ଶିକ୍ଷକ ଓ ସ୍କୁଲ ପିଲାଙ୍କୁ ମିଶାଇ ମୋଟ ୪୪ ଜଣ ରହିଥିଲେ। ସମସ୍ତେ କେନ୍ଦ୍ରୀୟ ଉଥାଇ ଥାନି ପ୍ରଦେଶରୁ ବୁଲିବା ପାଇଁ ଆୟୁଥାୟା ଯାଉଥିଲେ। କିନ୍ତୁ ମଧ୍ୟାହ୍ନ ସମୟରେ ବସ୍‌ଟି ପାଥୁମ ଥାନି ପାଖରେ ଥିବା ବେଳେ ଘଟିଥିଲା ଅଘଟଣ।
ହଠାତ୍‌ ଚଳନ୍ତା ବସ୍‌ରେ ଲାଗି ଯାଇଥିଲା ନିଆଁ। ଏହା ଏତେ ଭୟଙ୍କର ଥିଲା ଯେ ଆଖି ପିଛୁଳାକେ ପୂରା ବସ୍‌କୁ ବ୍ୟାପିଯାଇଥିଲା। ଫଳରେ ଭିତରେ ଥିବା ଅଧିକାଂଶ ପିଲା ଓ ଶିକ୍ଷକ ଫସି ଯାଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣ ବାହାରକୁ ଆସିବାକୁ ସକ୍ଷମ ହୋଇଥିଲେ ହେଁ ବାକି ୨୫ ଜଣ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି।
ଅନ୍ୟମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ଆଭ୍ୟନ୍ତରୀଣ ମନ୍ତ୍ରୀ ଅନୁତିନ ଚାରନଭିରକୁଲ କହିଛନ୍ତି ଯେ ତଦନ୍ତ ଏଯାଏ ସରିନି।
କିନ୍ତୁ ଆହତଙ୍କ ସଂଖ୍ୟାକୁ ଦେଖି ୨୫ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ବସ୍‌ ଏତେ ଜୋରରେ ଗରମ ରହିଛି ଯେ ତା’ ଭିତରକୁ ଯିବା ଏବେ ବି ସମ୍ଭବ ହେଉ ନାହିଁ। ମୃତଦେହଗୁଡ଼ିକ ବସ୍‌ ମଧ୍ୟରେ ରହିଥିବା ସେ କହିଛନ୍ତି।

ad-week
Leave A Reply

Your email address will not be published.