ଗାଡ଼ିଆପଡା ଘାଟି ଜଙ୍ଗଲରୁ ବାଇକ ଉଦ୍ଧାର

add-all

ଖଜୁରୀପଡ଼ା: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଗାଡ଼ିଆପଡ଼ା ଘାଟି ମାଁ ଲକାଟି ପୀଠ ଜଙ୍ଗଲରେ OD 02 S 6810 ଏକ ବାଇକକୁ ଡ଼ାଳ ପ‌ତ୍ର ଘୋଡେ଼ଇ ରଖା ଯାଇଥିବା ସୋସିଆଲ ମିଡ଼ିଆରେ ଫୋଟ ଭାଇରାଲ ହେଲାପରେ ଖଜୁରିପଡା ଥାନା ପୋଲିସ୍ ତତ୍ପରତାର ସହିତ ଘଟଣା ସୁଳକୁ ଯାଇ ବାଇକ୍ ଟିକୁ ଉଦ୍ଧାର କରି ଆଣିଛି। ହେଲେ ବାଇକ୍ ଟି କାହାର ଓ ସେ କାହିଁକି ଏହି ଜଙ୍ଗଲ ଭିତରେ ଡ଼ାଳ ଘୋଡେ଼ଇ ରଖୁଥୁଲା ଏବଂ କେତେଦିନ ହେଲା ଏଠାରେ ଏହି ବାଇକ୍ ଥିଲା ତାହା ସ୍ପଷ୍ଟ ଜଣାପଡି ନଥୁଲେ ମଧ୍ଯ ଗାଡ଼ି ନମ୍ବର୍ କୁ ଯାଞ୍ଚ କଲାପରେ ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଚାରିଛକ ନିକଟସୁ ଝାଡରାଜୀଙ୍ଗ ଗ୍ରାମର ଜୈନିକ ବ୍ୟକ୍ତିର ବୋଲି ଜଣା ପଡ଼ିଛି। ହେଲେ ଏହି ଜଙ୍ଗଲ ଭିତରକୁ ଗାଡ଼ିଟି ଆସିଲା କାହିଁକି ଓ ଡ଼ାଳ ଘୋଡ଼ାଇ କିଏ ରଖୂଦେଇ ଚାଲିଗଲା ଏ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସବୁଠାରୁ ବଡ଼ କଥା ଯେ ଏଭଳି ଘଟଣାର ଖବର ସାଧାରଣ ଲୋକଙ୍କ ଦୃଷ୍ଟିକୁ ଆସି ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ପରେ ପୋଲିସ ଜାଣୁଛି।କିନ୍ତୁ ପୋଲିସ ପାଖରେ ତାହା ପୁର୍ବରୁ ଖବର ନାହିଁ । ଏଥୁରୁ ଅନୁମାନ କରାଯାଉଛି ପୋଲିସ ନିଜ ପେଟ୍ରୋଲିଙ୍ଗକୁ କେତେ ସକ୍ରିୟ ରଖୁଛି । ଅନ୍ୟ ପକ୍ଷରେ ଗାଡ଼ିଆପଡ଼ା ଘାଟି ଖଜୁରୀପଡ଼ା କିମ୍ବା ଆଖପାଖ ଅଞ୍ଚଳ ଗାଁ ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହୁଥ‌ିବା ଯୋଗୁଁ ଏହାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ବହୁ ଅସାମାଜିକ କାର୍ଯ୍ୟ କରିବାରେ ।ରେ ପଛାଉ ନାହାଁନ୍ତି। ତେଣୁ ସୋସିଆଲ ମିଡ଼ିଆରେ ଏହି ବାଇକ୍ ଫୋଟ ଦେଖୁ ସନ୍ଦେହ ଘାନେଉଛି ବୋଲି ବିଭିନ୍ନ ସ୍ଥାନରେ ଚର୍ଚ୍ଚା ପାଲଟିଛି। ବାଇକ୍ । ବାଇକ୍ ଗାଡ଼ି ମାଲିକକୁ ଖବର ଦେଇଛନ୍ତି ଥାନାକୁ ଗାଡ଼ି ନେବାକୁ ଆସିଲା ପରେ ପ୍ରଶ୍ନ ପ୍ରକୃତ ସତ୍ୟାସତ୍ଯ ଘଟଣା ଜଣା ପଡ଼ିବ ।

ad-week
Leave A Reply

Your email address will not be published.