ଟିବି ( ଯକ୍ଷ୍ମା ) ହାରିବ ଦେଶ ଜିତିବ କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ମାଲକାନଗିର : ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ତରଫରୁ ମାଲକାନଗିରି ଜିଲ୍ଲା ପୁରୁଣା ରକ୍ତ ଭଣ୍ଡାର ଠାରେ ( ଯକ୍ଷ୍ମା ) ଟିବି ହାରିବ , ଦେଶ ଜିତିବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ମାଗଣାରେ ଡାଲି , ମାଣ୍ଡିଆ , ବୁଟ , କ୍ଷୀର , ତେଲ ପ୍ରଭୃତି ଖାଦ୍ୟସାମଗ୍ରୀ ଏକ ମାସ ପାଇଁ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ( ରାଜସ୍ବ ) ବେଦବର ପ୍ରଧାନଙ୍କ ଦ୍ୱାରା ବଣ୍ଟନ କରାଯାଇ ଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ମହାପାତ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ଦେଶର ପ୍ରଧାନମନ୍ତ୍ରୀଙ୍କ ସ୍ଵପ୍ନକୁ ସାକାର କରିବାପାଇଁ ଯକ୍ଷ୍ମା ରୋଗମୁକ୍ତ ଜିଲ୍ଲା ଭାବେ ମାଲକାନଗିରିକୁ ଘୋଷଣା କରିବା ପାଇଁ ରେଡ କ୍ରସ ସୋସାଇଟି ମାଲକାନଗିରି ମାଧ୍ୟମରେ ରୋଗୀ ମାନଙ୍କ ସୁଷମ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ତଥା ସମ୍ପାଦକ ଡଃ ରଞ୍ଜନ କୁମାର ସ୍ୱାଇଁ ଆୟୋଜନ ଓ ମଞ୍ଚ ପରିଚାଳନା କରିଥିଲେ।୨୦୨୫ ମସିହା ସୁଦ୍ଧା ଜିଲ୍ଲାରୁ ଏହି ରୋଗକୁ ସମୂଳେ ନାଶ କରିବା ପାଇଁ ସୋସାଇଟିର ସଦସ୍ୟ ବାପୁଜୀ ଖରା , ସନ୍ତୋଷ କୁମାର , ସୁରଜିତ୍ ସାହା ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ସଚେତନ କରିଥିଲେ।

ad-week
Leave A Reply

Your email address will not be published.