କୋଏଲ ନଦୀ ପାଣିପମ୍ପ ନିକଟରୁ ଅଜଣା ବୃଦ୍ଧାଙ୍କ ଶବ ଉଦ୍ଧାର…

add-all

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଜମୁନାନାକି ଶୀତଳ ଭଣ୍ଡାର ପାର୍ଶ୍ଵ ଦେଇ ଯାଇଥିବା କୋଏଲ ନଦୀ ପାଣି ପମ୍ପ ନିକଟରୁ ଅଜଣା ବୃଦ୍ଧାଙ୍କ ଗଲିତ ଶବ ଉଦ୍ଧାର କରିଛି କୁଆଁରମୁଣ୍ଡା ପୋଲିସ | ପୋଲିସଙ୍କ କହିବା ଅନୁଯାୟୀ ଆଜି ପୂର୍ବାହ୍ନ ୧୦ ଟା ସମୟରେ ଭଲ୍ଟାସ କମ୍ପାନୀର ଶ୍ରମିକ ମାନେ ପାଣି ପମ୍ପ ନିକଟରେ କର୍ଯ୍ୟକରୁଥିବା ବେଳେ ନଦୀର ପାଣି ପମ୍ପ ନିକଟରେ ଏକ ଅଜଣା ବୃଦ୍ଧାଙ୍କ ଗଳିତ ମୃତଦେହ ଭାସୁଥିବା ଦେଖି କୁଆଁରମୁଣ୍ଡା ଫାଣ୍ଡିରେ ସୂଚନା ଦେଇଥିଲେ | କୁଆଁରମୁଣ୍ଡା ପୋଲିସ ଏ ଏସ ଆଇ ଶ୍ରନିବାସ ଦାସ ଘଟଣା ସ୍ଥଳରେ ପହଞ୍ଚି ଗଲୀତ ମୃତ ଦେହ ଉଦ୍ଧାର କରିବା ସହ ରାଉଲକେଲା ସବ ସଂଗ୍ରହ ଗୃହକୁ ପଠେଇଥିବା ଜଣା ପଡ଼ିଛି | ସବଟିର ଦୀର୍ଘ ଦିନ ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ |

ad-week
Leave A Reply

Your email address will not be published.