ବିଷାକ୍ତ ମଦମୃତ୍ୟୁ ଘଟଣାର ଦେଢ଼ ମାସ ପରେ ବି ମିଳିଲାନି କ୍ଷତିପୂରଣ

add-all

ଚିକିଟୀ : ବିଷାକ୍ତ ମଦମୃତ୍ୟୁ ବିଭୀଷିକା ର ଦେଢ଼ମାସ ପରେ ବି ଚିକିଟୀ ଅଞ୍ଚଳରେ ପ୍ରବଳ ଭାବରେ ବେଆଇନ ମଦବିକ୍ରୀ ଚାଲିଛି। ଏଯାଏଁ ମୃତକଙ୍କ ପରିବାରକୁ କ୍ଷତିପୂରଣ ମିଳିନି। ସରକାର ନିଜ ଦୁର୍ବଳତା ଘୋଡେଇବା ପାଇଁ ବର୍ତ୍ତମାନ ଘଟଣାର ରାଜସ୍ୱ ପର୍ଷଦ ସଦସ୍ୟଙ୍କ ତଦନ୍ତ ନିର୍ଦ୍ଦେଶ ରାଜ୍ୟ ସରକାର ଦେଇଛନ୍ତି ବୋଲି ଫରୱାର୍ଡ ବ୍ଲକ ତରଫରୁ ବରିଷ୍ଠ ନେତା ସମରଜିତ ମହାନ୍ତି ପ୍ରକାଶ କରିଛନ୍ତି। ଚିକଟୀ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଆୟୋଜିତ ଫରୱାର୍ଡ ବ୍ଲକ ଗଞ୍ଜାମ ଶାଖାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି ମଦମୃତ୍ୟୁ ଘଟଣା ପାଇଁ ଚିକିଟୀ ଅବକାରୀ ବିଭାଗକୁ ଦାୟୀ କରିଥିଲେ। ଗଞ୍ଜାମ ଶାଖା ସଭାପତି ତଥା ଫରୱାର୍ଡ ବ୍ଲକ ଚିକିଟୀ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ବିଭୂଦେନ୍ଦ୍ର ପାଢ଼ୀ ମଦମୃତ୍ୟ ମାମଲାରେ ସରକାରଙ୍କ ନକରାତ୍ମକ ମନୋଭାବ କୁ ଦେଖି ଉଚ୍ଚ ନ୍ୟାୟାଳୟ ଓ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଥିଲେ।ଭେଣ୍ଡର ଓ ଅବକାରୀ ବିଭାଗର ମିଳିତ ମଧୁଚନ୍ଦ୍ରିକାରେ ଅବାଧ ଓ ଅପମିଶ୍ରିତ ମଦ କାରବାର ଚାଲିଛି ବୋଲି ଶ୍ରୀ ପାଢ଼ୀ ଅଭିଯୋଗ କରିଥିଲେ। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଶାଖାର ସମ୍ପାଦକ ସନ୍ତୋଷ କୁମାର ସାହୁ ଓ କୋଷାଧ୍ୟକ୍ଷ ସ୍ବପ୍ନସ୍ୱର ପାଣିଗ୍ରାହୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.