ପୂଜ୍ୟପୂଜା ସମିତି ପକ୍ଷରୁ ଗାନ୍ଧିଜୀ ଜୟନ୍ତୀ ପାଳନ : ସମ୍ବିଧାନ ଓ ଧର୍ମନିରପେକ୍ଷତାର ସୁରକ୍ଷା ପାଇଁ ଆହ୍ୱାନ

add-all

ବ୍ରହ୍ମପୁର : ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ମହାନ ଦେଶ ଭକ୍ତ, ସ୍ୱାଧୀନତା ସଂଗ୍ରାମର ମହାନାୟକ ତଥା ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧିଜୀଙ୍କ ୧୫୫ତମ ଜୟନ୍ତୀକୁ ଯଥା ମର୍ଯ୍ୟାଦାର ସହ ପାଳନ ହୋଇଯାଇଛି l ସମିତି ସମ୍ପାଦକ ଏସ. ଶାମ୍ବାଶିବା ରାଓଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗାନ୍ଧି ନଗର ଛକଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଆରମ୍ଭରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ବିଶିଷ୍ଟ ସମାଜସେବୀ ଇ. ତେଜେଶ୍ୱର ରାଓ ମାଲ୍ୟାର୍ପଣ କରିବା ପରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା l

ସାମ୍ପ୍ରତିକ ପରିସ୍ଥିତିରେ ଗାନ୍ଧିଜୀଙ୍କ ସ୍ବପ୍ନକୁ ସାକାର କରିବାକୁ ହେଲେ ଦେଶର ସର୍ବୋଚ୍ଚ ଗ୍ରନ୍ଥ ଭାରତବର୍ଷର ସମ୍ବିଧାନ,ଗଣତନ୍ତ୍ର ଓ ଧର୍ମନିରପେକ୍ଷତାର ସୁରକ୍ଷା ପାଇଁ ସମସ୍ତ ଭାରତୀୟ ଏକ ହେବାପାଇଁ ଆହ୍ୱାନ ଦିଆଯାଇଥିଲା l ଦେଶରେ ସମାଜବାଦ ପ୍ରତିଷ୍ଠା ପାଇଁ ସଂକଳ୍ପ ନିଆଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମରେ ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସୁରେନ୍ଦ୍ର ନାଥ ପଣ୍ଡା, କାହ୍ନୁ ଚରଣ ପାତ୍ର, ଅମୁଲ୍ୟ ଚନ୍ଦ୍ର ପଣ୍ଡା, ବିଜୟ ଚନ୍ଦ୍ର ବିଶୋଇ,ଅଶୋକ କୁମାର ଦଳାଇ,ସତ୍ୟ ନାରାୟଣ ରାଓ,ବିରେନ କୁମାର ବେହେରା,ମିଳିତ ରେଳବାଇ ଆନ୍ଦୋଳନର ଆବାହକ ସରୋଜ ପଟ୍ଟନାୟକ, ମହାନ ସଂଘର ସଭାପତି ସୁଶାନ୍ତ ସାବତ,ଆଦିତ୍ୟ ରଥ,ପ୍ରିତିଶ ପାଣିଗ୍ରାହୀ,ମହିମା ର ସମ୍ପାଦକ ଶିବ ସୁନ୍ଦର ରଥ, ଲୋକନାଥ ପରିଡା, ଡି. କେଶବ ରାଓ, ଅବନୀ ଗୟା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

ad-week
Leave A Reply

Your email address will not be published.