ଘର ଭିତରୁ ମିଳିଲା ପୂର୍ବତନ କ୍ରିକେଟରଙ୍କ ମା’ଙ୍କ ରକ୍ତାକ୍ତ ମୃତଦେହ, କଟା ହୋଇଛି ତଣ୍ଟି

add-all

ପୁନେ : ଭାରତୀୟ ଟିମର ପୂର୍ବତନ କ୍ରିକେଟର ସଲିଳ ଅଙ୍କୋଲାଙ୍କ ମା’ ଆଉ ନାହାନ୍ତି। ପୁଣେରେ ଥିବା ସଲିଳଙ୍କ ଫ୍ଲାଟରୁ ମା’ଙ୍କ ରକ୍ତାକ୍ତ ମୃତଦେହ ମିଳିଛି। ତାଙ୍କ ତଣ୍ଟିରେ କଟା ଦାଗ ରହିଛି। ପୁଲିସର କହିବା କଥା ଯେ ସଲିଳଙ୍କ ମା’ ନିଜେ ହିଁ ନିଜ ତଣ୍ଟି କାଟି ଜୀବନ ହାରିଥିବା ଭଳି ଲାଗୁଛି। ତଥାପି ଘଟଣାର ତଦନ୍ତ କରାଯାଉଛି।
ଶୁକ୍ରବାର ମଧ୍ୟାହ୍ନରେ ଡେକାନ ଜିମଖାନା ଅଞ୍ଚଳର ପ୍ରଭାତ ରୋଡରେ ଥିବା ଫ୍ଲାଟରୁ ସଲିଳଙ୍କ ମା’ ମାଳା ଅଶୋକ ଅଙ୍କାଲୋ(୭୭)ଙ୍କ ରକ୍ତାକ୍ତ ମୃତଦେହ ମିଳିଛି। ଶୁକ୍ରବାର ଘରର ମହିଳା ସହାୟକା କାମ କରିବାକୁ ଆସିଥିଲେ। ସେ ଘରର ବେଲ ମାରିଥିଲେ ମଧ୍ୟ କେହି ବି ଖୋଲି ନଥିଲେ। ଏଥିଯୋଗୁ ସେ ସମ୍ପର୍କୀୟମାନଙ୍କୁ ଖବର ଦେଇଥିଲେ।
ସମସ୍ତେ ଆସିବା ପରେ ଘରର କବାଟକୁ ଖୋଲା ଯାଇଥିଲା। ଏହି ସମୟରେ ଘରର ଚଟାଣରେ ରକ୍ତାକ୍ତ ଅବସ୍ଥାରେ ମାଳା ପଡ଼ି ରହିଥିଲେ। ତାଙ୍କ ତଣ୍ଟିରେ କଟା ଦାଗ ମଧ୍ୟ ରହିଥିଲା। ଆଘାତକୁ ଦେଖି ପୁଲିସ୍‌ ମାଳା ନିଜେ ହିଁ ନିଜର ତଣ୍ଟି କାଟିଥିବା ଅନୁମାନ କରୁଛି।
ମାଳା ବେଶ କିଛି ଦିନ ବିଭିନ୍ନ ମାନସିକ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କର ଚିକିତ୍ସା ଚାଲିଥିଲା। ତେଣୁ ସେ ନିଜେ ଆତ୍ମହତ୍ୟା କରି ଥାଇପାରନ୍ତି। ତଥାପି ପୁଲିସ୍‌ ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରୁଥିବା ଜୋନ ୧ରୁ ଡେପୁଟି କମିଶନର ସନ୍ଦୀପ ସିଂହ ଗିଲ କହିଛନ୍ତି।
୧୯୮୯ରୁ ୧୯୯୭ ମଧ୍ୟରେ ସଲିଳ ଅଙ୍କୋଲା ଭାରତ ପାଇଁ ଗୋଟିଏ ଟେଷ୍ଟ ଓ ୨୦ଟି ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ବୋଲର ଭାବେ ପରିଚିତ ସଲିଳ ବିଭିନ୍ନ ଫିଲ୍ମ ଓ ଟିଭି ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି।

ad-week
Leave A Reply

Your email address will not be published.