କୁର୍ଙ୍ଗୁଲି ନାଳରେ କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ

add-all

ବାଲିଗୁଡା, : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ ନିକଟସ୍ଥ କୁର୍ଙ୍ଗୁଲି ନାଳରେ ଏକ କାର ଦୁର୍ଘଟଣା ଘଟି ଅଳ୍ପେକ ବର୍ତ୍ତିଲେ ଚାଳକ । ସୂଚନା ପ୍ରକାରେ ଶନିବାର ବାଲିଗୁଡା ପଟରୁ ଓଆର୍ ୦୭ ଭି ୩୬୧୬ କାର ଦ୍ରୁତ ଗତିରେ ଫୁଲବାଣୀ ଯାଉଥିବା ବେଳେ ସାରଙ୍ଗଗଡ ଅନ୍ତର୍ଗତ କୁର୍ଙ୍ଗୁଲି ନାଳରେ ଏକ ଆମ୍ବ ଗଛକୁ ଧକ୍କା ଦେଇ ନାଳ ଭିତରକୁ ଓଲଟି ପଡିଥିଲା। କାରରେ ଦୁଇଜଣ ବ୍ୟକ୍ତି ଯାଉଥିବା ବେଳେ ଚାଳକ ସାମାନ୍ୟ ଆହତ ହୋଇ ଅଳ୍ପେକ ବର୍ତ୍ତି ଯାଇଛନ୍ତି। ଏହି ଦୁର୍ଘଟଣା ଦେଖି ସମାଜ ସେବୀ ଅରୁଣ ଭାଇ ଓ ଶିବାନୀବସ୍ କଣ୍ଡକ୍ଟର ନାଳ ଭିତରୁ ଦୁର୍ଘଟଣା ବ୍ୟକ୍ତିମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଦୁର୍ଘଟଣା ଗ୍ରସ୍ତଙ୍କୁ କ.ନୂଆଁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ।

ad-week
Leave A Reply

Your email address will not be published.