ମାଲକାନଗିରି (୮।୧୦) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ଭେଜୀ ପୋଲିସ ଷ୍ଟେସନ ଅଞ୍ଚଳର ପାମଲୁର ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମାଓବାଦୀ ନିହତ ହୋଇଛି। ସୂଚନା ଅନୁଯାୟୀ ପାମଲୁର ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ନେଇ ଖବର ପାଇ ଡିଆରଜି, ବସ୍ତର ଫାଇଟର, କୋବରା ଏବଂ ସିଆରପିଏଫର ଯବାନ ମାନେ ତଲାସି ଅଭିଯାନରେ ବହରିଥିଲେ।। ଏହି ସମୟରେ ପାମଲୁର ଜଙ୍ଗଲରେଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ଯବାନଙ୍କ ସାମ୍ନା କରିନପାରି ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ଯବାନ ମାନେ ସମ୍ପୃକ୍ତ ଅଞ୍ଚଳରେ ତଲାସି ଅଭିଯାନ ବେଳେ ଅସ୍ତ୍ରଶସ୍ତ୍ର ସହିତ ଜଣେ ପୁରୁଷ ମାଓବାଦୀର ମୃତଦେହ ଉଦ୍ଧାର କରିଥିଲେ।
