ଶିଶୁ ମହୋତ୍ସବ ଏବଂ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଗୁଦାରୀ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ଏବଂ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଟିଟ୍ରାପଙ୍ଗା ଉଛ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏହି ଅବସରରେ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କ ଅନ୍ତଃର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ବିଭିନ୍ନ ପ୍ରତିଯୋଗୀତା ଏବଂ ତର୍କ, ବକୃତା, ପ୍ରବନ୍ଧଲିଖନ, ଶ୍ରୁତଲିଖନ, ସୁନ୍ଦର ହସ୍ତାକ୍ଷର , ଚିତ୍ରାଙ୍କନ, କୁଇଜ, ସଙ୍ଗୀତ, ନୃତ୍ୟ, ପି.ଏମ ପୋଷଣ ଚିତ୍ରକଳା, ହସ୍ତଶିଳ୍ପ, ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ ଆଧାରିତ ଚିତ୍ରାଙ୍କନ, ଗଣିତ ଦୌଡ, ଗଣିତ କୁଇଜ ଓ ଗଳ୍ପକଥନ ଭଳି ପ୍ରତିଯୋଗୀତା ଗୁଡ଼ିକ ଆୟୋଜିତ ହୋଇଥିଲା ।ଏଥିରେ ଗୁଦାରୀ କଷ୍ଟର ର ୧୦ ଗୋଟି ବିଦ୍ୟାଳୟର ୧୨୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ।ଶେଷରେ ଶିଶୁ ମହୋତ୍ସବ ଆୟୋଜିତ ହୋଇଥିଲା,ଏଥିରେ ମୁଖ୍ୟ ଅତିଥି ଭାବେ ଟିଟ୍ରାପଙ୍ଗା ସରପଞ୍ଚ ,ସଂମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ରାଜେନ୍ଦ୍ର କୁମାର ବିଶି,କଲାଡ଼ି ଉଛ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷତ୍ରି ରିତାରାଣୀ ମହାନ୍ତି,ମୂଳଗୁଦାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷତ୍ରି ସୁଜାତା ପଟ୍ଟନାୟକ,ଟିଟ୍ରାପଙ୍ଗା ଉଛ ପ୍ରାଥମିକ ବିଦ୍ୟଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟକାନ୍ତ ବେହେରା ଯୋଗ ଦେଇଥିଲେ ଏବଂ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ସହିତ ପୁରସ୍କାର ବଣ୍ଟନ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଗୁଦାରୀ କ୍ଲଷ୍ଟର ର ସି.ଆର.ସି.ସି ସୁଜାତା କୁମାରୀ ପ୍ରଧାନ ସୁପରିଚାଳନ କରିଥିଲେ ।

ad-week
Leave A Reply

Your email address will not be published.