
ଛତ୍ରପୁର : ରୋଟାରୀକ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ତରଫରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ରାମପଲ୍ଲୀ ଗ୍ରାମରେ ଶହେ ଜଣ ଗରୀବ ଜନସାଧାରଣଙ୍କୁ ମାଗଣାରେ ମଶାରୀ ବଣ୍ଟନ କରାଯାଇଛି।ରୋଟାରୀ ଜିଲା 3262 ର ପ୍ରାନ୍ତପାଳ ଯଜ୍ଞାଶୀଷ ମହାପାତ୍ର ମୁଖ୍ଯ ଅତିଥି ରୂପେ ଯୋଗଦେଇ ହିତାଧିକାରୀଙ୍କୁ ଡେଙ୍ଗୁ,ମ୍ଯାଲେରିଆ ପ୍ରଭୃତି ରୋଗରୁ ମୁକ୍ତ ରହିବା ପାଇଁ ମଶାରୀ ବ୍ଯବହାର କରିବା ପାଇଁ ପରାମର୍ଶ ଦେଇ ମଶାରୀ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ କ୍ଳବର ପ୍ରୋଜେକ୍ଟ ଡାଇରେକ୍ଟର ତଥା ପୂର୍ବତନ ସଭାପତି କାମରାଜୁ ମହାରଣା ସଂଯୋଜନା କରିଥିବା ବେଳେ ପୂର୍ବତନ ସଭାପତି ଅଜିତ କୁମାର ପୃଷ୍ଟି,ପ୍ରଦୀପ କୁମାର ପଣ୍ଡା ,ନାରସୁ ଜେନା ଓ ସଭ୍ଯ ମୁକେଶ ପାତ୍ର ଯୋଗଦେଇ ରୋଟାରୀକ୍ଲବର ଲକ୍ଷ ଓ ଉଦ୍ଦେଶ୍ଯ ସମ୍ପର୍କରେ ବକ୍ତବ୍ଯ ରଖିଥିଲେ।ରାମପଲ୍ଲୀ ଗ୍ରାମର ଉତ୍ସାହି ଯୁବକ ରାମହରି ସ୍ବାଇଁ,ହରିହର ସ୍ବାଇଁ, ନରସିଂହ ସ୍ବାଇଁ ପ୍ରମୁଖ ମଶାରୀ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।କ୍ଳବର ଏହି ଜନ ହୀତକାରୀ ବଦାନ୍ଯତାରେ ଗ୍ରାମରେ ଖୁସିର ବାତାବରଣ ସୃଷ୍ଟି ହେବା ସଙ୍ଗେ ସଂଙ୍ଗେ ଗ୍ରାମ ତରଫରୁ କ୍ଳବର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇ ଦିଆଯାଇଥିଲା।