ବାବୁମାନଙ୍କ “ଇନ କମିଙ୍ଗ” ପ୍ରବଳ “ଆଉଟ ଗୋଇଙ୍ଗ” ଦୁର୍ବଳ….!

add-all

ଆସିକାରେ ଦୁର୍ନୀତି ଚରମ ସୀମାରେ !

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସବୁ କ୍ଷେତ୍ରରେ ଆସିକା ଏକ ଚର୍ଚ୍ଚିତ ସହର। ଏଠାରେ ଗତ କିଛି ଦିନ ହେଲା ଅଧିକାଂଶ ସରକାରୀ କାର୍ଯ୍ୟାଳୟ ରେ ପିସି କାରବାର ବହୁ ମାତ୍ରା ରେ ବଢିଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ପିସି କାରବାର ରେ ସମ୍ପୃକ୍ତ ଥିବା ବାବୁ ମାନଙ୍କ ଇନ କମିଙ୍ଗ ପ୍ରବଳ ଆଉଟ ଗୋଇଙ୍ଗ ଦୁର୍ବଳ ବୋଲି ଲୋକେ ଥଟାରେ କହୁଛନ୍ତି। ସ୍ୱଳ୍ପ ଅର୍ଥ ପାଇଁ ଏଠାରେ କଲମ ମୁହଁ ମଧ୍ୟ ବନ୍ଦ ହେବା ନେଇ ସଚେତନ ମହଲ ରେ ଆଲୋଚନା ହେଉଛି। ଦଶହରା ପାଇଁ ସମସ୍ତ କାର୍ଯ୍ୟାଳୟ ମାମୁଲି ଆଦାୟ ପାଇଁ ଭିଡ଼ ଜମୁଥିବା ଲକ୍ଷ କରାଯାଇଛି। ବିନା ପିସି ରେ ଫାଇଲ ଗୁଞ୍ଚୁନାହିଁ। ଏଠାରେ ଥିବା ଅଧିକାଂଶ ସରକାରୀ କାର୍ଯ୍ୟାଳୟ ରେ ବାବୁ ମାନେ ସବୁଦିନ ଆସନ୍ତି ନାହିଁ। ମାସ ଶେଷରେ ପିସି ଦେବା ନେବା ସମୟରେ ବାବୁ ମାନଙ୍କ ଦେଖା ମିଳେ ବୋଲି ଚର୍ଚ୍ଚା ହେଉଛି। ଚୋରା ବାଲି ସମ୍ରାଟ ମାନେ ଦିନ ରାତି ଏକ କରି ବିନା ୱାଇ-ଫର୍ମ ରେ ସହ ସହ ଗାଡିରେ ଏଠାରେ ଥିବା ଦୁଇଟି ନଦୀରୁ ବାଲି ଚାଲାଣ କରୁଥିଲେ ବି ଖଣି, ରାଜସ୍ୱ, ପୋଲିସ ବିଭାଗ ଏଠାରେ ଧରପଗଡ଼ କରୁନଥିବା ଚର୍ଚ୍ଚା ହେଲାଣି। ଜିଲ୍ଲାରେ ଖଣି ମନ୍ତ୍ରୀଙ୍କ ସମେତ ଦୁଇଟି ସାଂସଦ ଦଶରୁ ଉର୍ଦ୍ଧ ଶାସକ ଦଳର ବିଧାୟକ ଥାଇ ବି ଚୋରା ବାଲି ଚାଲାଣ ହେଉଥିବା ପଛରେ କେଉଁ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରିଛି ବୋଲି ଚର୍ଚ୍ଚା ହେଉଛି। ନିର୍ବାଚିତ ପ୍ରତିନିଧି ମାନେ ଗୁପଚୁପ ଖାଇବା ଯୋଗୁଁ ପିସି କାରବାର ବୃଦ୍ଧି ହୋଇଥିବା ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.