ବିଭିନ୍ନ ଦପ୍ତର ରେ ଦଶହରା ମାମୁଲି ପାଇଁ ଭିଡ଼, ବାବୁ ମାନେ ଅତିଷ୍ଟ ….!

ନହେଲେ ତୁମ କଥା ବୁଝିବୁ…!! ମିଳୁଛି ଧମକ

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ସରକାର ବେସରକାରୀ କାର୍ଯ୍ୟାଳୟ କୁ ମାମୁଲି ପାଇଁ ଫୋନ କଲ ଆସିବା ଫଳରେ ଅଧିକାରୀ ମାନେ ଅତିଷ୍ଟ ହେଲେଣି। ପୋଲିସ ଥାନା ଠାରୁ ଆରମ୍ଭ କରି ବାଲିମାଫିଆ , ମଦମାଫିଆ ଠିକାଦାର ମାନଙ୍କୁ ଆଜ୍ଞା-ସାର ଆପଣ କେଉଁଠି ଅଛନ୍ତି, ବୋଲି ଫୋନ ରେ ଯୋଗାଯୋଗ ଆରମ୍ଭ ହୋଇଛି। କଣ କାମ ଅଛି କହିଲେ ସାର ଦଶହରା ପାଇଁ ଶୁଭେଚ୍ଛା ଆଳରେ ଵିଜ୍ଞାପନ ଦେବାକୁ କହୁଥିବା ଜଣାପଡ଼ିଛି। ସବୁ ଦପ୍ତର ରେ ଦଲାଲ ମାନଙ୍କ ଭିଡ଼ ଦେଖିବାକୁ ମିଳୁଛି, ଅଧିକାଂଶ କରି ଥାନା ଗୁଡ଼ିକ ରେ ଭିଡ଼ ଦେଖିବାକୁ ମିଳୁଛି। ଦଶହରା ନାଁ ରେ ଗଞ୍ଜାମ ଜିଲ୍ଲାରେ ଗାଁ ରୁ ସହର ପର୍ଯ୍ୟନ୍ତ ମାଳ ମାଳ ହୋଇ ମାମୁଲି ଆଦାୟ ରେ ବ୍ୟସ୍ତ ଥିବା ଲକ୍ଷ କରାଯାଇଛି। ଯେଉଁ ବାବୁ ମାନଙ୍କ ଅଫିସ ରେ ଅଧିକା ପିସି ଆଦାୟ ସେ ଅଫିସ ରେ ଅଧିକ ନେବା ଵାଲାଙ୍କ ଭିଡ଼ ଜମୁଛି। ଦେଖା ଯାଉ କିଏ କେତେ ଵିଜ୍ଞାପନ ଶୁଭେଚ୍ଛା ବାର୍ତ୍ତା କାଢୁଛି ଦେଖିବାକୁ ବାକି ରହିଲା। ଯାହାକୁ ନେଇ ମଦ ମାଫିଆ, ବାଲି ମାଫିଆ, ଜମି ମାଫିଆ ଖାସ କରି ସରକାରୀ ବାବୁ ମାନେ ଗୋଦି ମିଡ଼ିଆ କୁ ଭୟ କଲେଣି ନଦେଲ ଋଷ ଏବଂ ନାଲି ଆଖି ଏବଂ ମିଳୁଛି ଧମକ ଆମେ ବୁଝିବୁ ତୁମ କଥା l ଅଫିସ ମାନେ ଅଫିସ ରେ ନରହି ମୋବାଇଲ ବି ବନ୍ଦ ରଖୁଛନ୍ତି କାରଣ ମାଳ ମାଳ ସାମ୍ବାଦିକ କାହାକୁ ଦେବେ…? ଅସଲି କିଏ ନକଲି କିଏ ଜାଣି ବି ହେଉନି l ଏଥି ପାଇଁ ପ୍ରଶାସନ ହିଁ ଦାୟୀ କହିଲେ କିଛି ବି ଭୁଲ ହେବ ନାହିଁ l ପୋଲିସ ଯଦି କଠୋର ହୋଇ ଯାଞ୍ଚ କରନ୍ତି ତେବେ ଅନେକ ନକଲି ସାମ୍ବାଦିକ ଗିରଫ ହୋଇ ଯିବେ, ଏବଂ ଏକ ସୁସ୍ଥ ବାତାବରଣ ସୃଷ୍ଟି ହୋଇପାରିବ ବୋଲି କିଛି ଅଫିସର ମତା ମତ ଦେଲେଣି l ନକଲି ସାମ୍ବାଦିକ ବର୍ତ୍ତମାନ ପଲ୍ଲୀ ଠାରୁ ସହର ମାଳ ମାଳ ଗାଡ଼ିରେ ପ୍ରେସ ଓ ବେକରେ ନକଲି ପରିଚୟ କାର୍ଡ ପୋଲିସ ଏହାକୁ ନେଇ କଠୋର ହେବା ଜରୁରୀ କାରଣ ତଳ ଦିନେ ଅନେକ ନକଲି ସାମ୍ବାଦିକ କୁ ଗିରଫ ବି କରିଛି ବ୍ରହ୍ମପୁର ପୋଲିସ l ଅନେକ ଗାଡି ରେ ପ୍ରେସ ଲେଖି ପୋଲିସ ଆଖିରେ ଧୂଳି ଦେଉଛନ୍ତି l ଦଶହରା ଆସିଲେ ମାଳ ମାଳ ସାମ୍ବାଦିକ ଅଫିସ, ରଜ ନେତା, ମଦ ବ୍ୟବସାୟୀ, ବାଲି ବ୍ୟବସାୟୀ, ବିଲଡର, ଓ ଠିକାଦାର ଙ୍କ ଘର ସମ୍ମୁଖରେ ମେଳି ଏହା ଠାରୁ ବ୍ୟାଧି ଆଉ କଣ ହୋଇ ପାରେ ବୋଲି ସାଧାରଣ ରେ ଚର୍ଚ୍ଚା…

ad-week
Leave A Reply

Your email address will not be published.