
ରାୟଗଡ଼ା : ରାୟଗଡ଼ା ସ୍ଥିତ ଫରେଷ୍ଟ ପାର୍କ ଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୭୦ ତମ ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ବିଧାୟକ ଆପଲା ସ୍ୱାମୀ କାଡ୍ରାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, କୋଲନରା ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା କୁଲେସିକା ସମ୍ମାନିତ ଅତିଥି ଓ ସମାଜସେବୀ ତଥା ପରିବେଶବିତ ଗୌରାଙ୍ଗ ଚରଣ ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇ କିଭଳି ଭାବେ ଜଙ୍ଗଲ କ୍ଷୟ ରୋକାଯାଇ ପାରିବ ଏବଂ ବନ୍ୟପ୍ରାଣୀ କିଭଳି ସୁରକ୍ଷିତ ରହିବେ ନିଜ ଅଭିଭାଷଣ ମାଧ୍ୟମରେ ବର୍ଣ୍ଣନା କରିଥିଲେ। ରାୟଗଡ଼ା ଜିଲ୍ଲା ଡିଏଫଓ ସଚିନ ଆନ୍ନା ସାହେବ ଓହୋଲେଙ୍କ ଅଧ୍ୟକ୍ଷତାରେ ଉକ୍ତ ସପ୍ତାହ ପାଳନ କରାଯାଇଥିଲା। ପରିବେଶ ସୁରକ୍ଷା ନିମନ୍ତେ ବୃକ୍ଷ ଚାରା ରୋପଣ ଓ ଏହାର ସୁରକ୍ଷା, ପ୍ଲାଷ୍ଟିକ ବର୍ଜନ ଓ ପରିବେଶ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ଏବଂ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘକୁ ପ୍ରକୃତି ମିତ୍ର ୨୦୨୪ ସମ୍ମାନରେ ସମ୍ମାନୀତ କରିବା ସହ ୨୦ ହଜାର ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଛି। ଉକ୍ତ ପୁରସ୍କାରକୁ ସଭାପତି ଦୟାନନ୍ଦ ଖାଡ଼ଙ୍ଗା, ସମ୍ପାଦକ ମନୋଜ କୁମାର ସାହୁ, ଉପଦେଷ୍ଟା ସରୋଜ କୁମାର ସାହୁ ଓ ସଭ୍ୟ ଦୀପକ ପଣ୍ଡା, କେ. କ୍ରିଷ୍ଣାମୂର୍ତ୍ତି ପ୍ରମୁଖ ଗ୍ରହଣ କରିଥିଲେ। ଏହାସହ ପରିବେଶ ସୁରକ୍ଷା ପାଇଁ ନିଜସ୍ୱ ଉଦ୍ୟମରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଯୋଗୁଁ ସାମ୍ବାଦିକ ମନୋଜ କୁମାର ସାହୁଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନୀତ କରି ୧୦ ହଜାର ଟଙ୍କା ପୁରସ୍କାର ରାଶି ସହ ମାନପତ୍ର ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ରାୟଗଡ଼ା ରେଞ୍ଜର ଶ୍ରୀ ରାମେଶ୍ଵର ଆଚାରୀଙ୍କ ସହ ଏହି ଅବସରରେ ବନ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ରାୟଗଡ଼ା ବନାଞ୍ଚଳ ଅଧିକାରୀ କମେଶ୍ଵର ଆଚାରୀ , ଶ୍ରୀ ଅଶୋକ କୁମାର ପ୍ରଧାନ , ସହ ବନ ସଂରକ୍ଷକ ଶ୍ରୀ ସଂଦୀପ କୁମାର ପୃଷ୍ଟି , ସହ ବନ ସଂରକ୍ଷକ ଶ୍ରୀ ଗୌରି ଶଙ୍କର ସାହୁ, ବନପାଳ , ରାୟଗଡା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।