ବିଖ୍ୟାତ ଡାକ୍ତର ପି.ବେଣୁଗୋପାଳଙ୍କ ପରଲୋକ; ଭାରତରେ ପ୍ରଥମ ହାର୍ଟ ପ୍ରତିରୋପଣ ଅସ୍ତ୍ରୋପଚାର କରିଥିଲେ

add-all

ନୂଆଦିଲ୍ଲୀ: ଭାରତରେ ପ୍ରଥମ ହୃତପିଣ୍ଡ ପ୍ରତିରୋପଣ କରି ଇତିହାସ ରଚିଥିବା ଡାକ୍ତର ପି.ବେଣୁଗୋପାଳଙ୍କ ପରଲୋକ ହୋଇଛି। ୮୨ବର୍ଷ ବୟସରେ ମଙ୍ଗଳବାର ସନ୍ଧ୍ୟାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦିଲ୍ଲୀର ଏମ୍ସର ପୂର୍ବତନ ନିର୍ଦେଶକ ରହିବା ସହ ସେଠାରେ ଡାକ୍ତର ବେଣୁଗୋପାଳ ହୃଦରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଅସ୍ତ୍ରୋପଚାର କରିଥିଲେ ବେଣୁଗୋପାଳ। ମାତ୍ର ୧୬ବର୍ଷ ବୟସରେ ଏମ୍ସରେ ଏମବିବିଏସ ଛାତ୍ର ଭାବରେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେଠାରେ ସେ ଟପ୍‌‌ ଡାକ୍ତର ଭାବେ ଉଭା ହୋଇଥିଲେ। କେବଳ ସେତିକି ନୁହେଁ କାର୍ଡିଓଲୋଜିରେ ବିଶେଷଜ୍ଞତା ହାସଲ କରିବା ପରେ ୧୯୯୪ମସିହାରେ ଭାରତରେ ପ୍ରଥମ ପେସ୍‌‌ ମେକର ଇମ୍ପ୍ଲାଣ୍ଟ ଓ ହୃଦୟ ପ୍ରତିରୋପଣ କରି ଚିକିତ୍ସା କ୍ଷେତ୍ରରେ ଐତିହାସିକ ଅବଦାନ ଦେଇଥିଲେ। ୫୦ହଜାରରୁ ଅଧିକ ହାର୍ଟ ଅସ୍ତ୍ରୋପଚାର କରିଥିଲେ ବେଣୁଗୋପାଳ। ଏଭଳି ସେବା ପ୍ରଦାନ ପାଇଁ ଭାରତ ସରକାର ତାଙ୍କୁ ୧୯୯୮ମସିହାରେ ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣରେ ସମ୍ମାନିତ କରିଥିଲେ।
ଇନ୍ଦିରା ଗାନ୍ଧୀଙ୍କ ବ୍ୟତୀତ ଅନ୍ୟ ରୋଗୀଙ୍କ ଚିକିତ୍ସା ସମ୍ବନ୍ଧୀୟ ସ୍ମୃତି ଉପରେ ଆଧାରିତ ପୁସ୍ତକ ‘ହାର୍ଟଫେଲ୍ଟ’କୁ ୨୦୨୩ରେ ଉନ୍ମୋଚନ କରିଥିଲେ। ଡାକ୍ତର ବେଣୁଗୋପାଳଙ୍କ ବିୟୋଗରେ କେବଳ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଶୋକ ପ୍ରକାଶ କରିଛନ୍ତି। ଏମ୍ସ, ଆରଡବ୍ଲୁଏ, ଫେଡେରେସନ ଅଫ୍‌‌ ରେସିଡେଣ୍ଟ ଡାକ୍ତର ଆସୋସିଏସନ ଇତ୍ୟାଦିର ଅଧ୍ୟାପକ ସଂଘ ମଧ୍ୟ ବେଣୁଗୋପାଳଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ad-week
Leave A Reply

Your email address will not be published.