ଟେନିସରୁ ନାଦାଲଙ୍କ ଅବସର ଘୋଷଣା

add-all

ନୂଆଦିଲ୍ଲୀ : ଟେନିସ ତାରକା ତଥା ୨୨ ଥର ଗ୍ରାଣ୍ଡ ସ୍ଲାମ ବିଜେତା ରାଫେଲ ନାଦାଲ ଅବସର ଘୋଷଣା କରିଛନ୍ତି। ଟେନିସ ପ୍ରଶଂସକଙ୍କୁ ଏହା ଅତ୍ୟନ୍ତ ନିରାଶ କରିଛି। ନାଦାଲଙ୍କ ଅବସର ସହିତ ଏକ ଟେନିସ ଯୁଗର ଅବସାନ ମଧ୍ୟ ଘଟିବାକୁ ଯାଉଛି। ନାଦାଲ ଏକ ଭିଡିଓ ବାର୍ତ୍ତା ଜାରି କରି ଅବସର ସମ୍ପର୍କରେ ଘୋଷଣା କରିଛନ୍ତି। ଚଳିତ ସିଜନ ତାଙ୍କ ପାଇଁ ଶେଷ ସିଜନ ହେବ। ଆଗାମୀ ଦିନରେ ହେବାକୁ ଥିବା ଡେଭିସ କପ୍‌ ଫାଇନାଲ୍ସରେ ନାଦାଲ ଅଂଶଗ୍ରହଣ କରିବେ। ଆସନ୍ତା ନଭେମ୍ବରରେ ଡେଭିସ କପ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ନିଜ ଦେଶ ସ୍ପେନର ପ୍ରତିନିଧିତ୍ଵ କରିବେ ନାଦାଲ।
୪ ବର୍ଷ ତଳେ ସ୍ଵିଜରଲାଣ୍ଡର ମହାନ ଟେନିସ ଖେଳାଳି ରୋଜର ଫେଡେରର ସନ୍ନ୍ୟାସ ନେଇଥିଲେ। ଏବେ ନାଦାଲ ବି ଟେନିସକୁ ଅଲବିଦା କହିଛନ୍ତି। ଫେଡେରର ୨୦ଟି ଗ୍ରାଣ୍ଡ ସ୍ଲାମ ବିଜୟୀ ହୋଇଥିଲେ। ନାଦାଲ ୨୨ଟି ଗ୍ରାଣ୍ଡ ସ୍ଲାମ ସହିତ ୨ୟ ସ୍ଥାନରେ ରହିଛନ୍ତି। ସର୍ବିଆର ଟେନିସ ତାରକା ନୋଭାକ ଜୋକୋଭିଚ ସର୍ବାଧିକ ୨୪ଟି ଗ୍ରାଣ୍ଡ ସ୍ଲାମ ଜିତି ତାଲିକାର ଶୀର୍ଷରେ ରହିଛନ୍ତି।

ad-week
Leave A Reply

Your email address will not be published.