ନିର୍ମାଣଧୀନ ପାଚେରୀ ଭୁଶୁଡ଼ି ୭ ଶ୍ରମିକ ମୃତ

add-all

ଅହମ୍ମଦାବାଦ : ବିଜୟା ଦଶମୀରେ ଗୁଜରାଟରେ ଦୁଃଖଦ ଘଟଣା ଘଟିଛି। କାମ କରୁ ଥିବାବେଳେ ସାତ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ନିର୍ମାଣଧୀନ ପାଚେରୀ ଭୁଶୁଡ଼ି ପଡ଼ିବାରୁ ଏହି ଦୁଃଖଦ ଘଟଣା ଘଟିଛି।
ଆଜି ମେହସାନ ଜିଲ୍ଲାରେ ଏକ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଏହି ସମୟରେ ଅଧା ତିଆରି ହୋଇଥିବା ପାଚେରି ଭୁଶୁଡ଼ି ପଡ଼ିଥିଲା। ଫଳରେ ସାତ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ କେତେକ ଶ୍ରମିକ ମଧ୍ୟ ଫସି ରହିଥିବା କୁହାଯାଉଛି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି।
ସୂଚନା ଅନୁସାରେ, ମେହସାନ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୩୭ କିଲୋମିଟର ଦୂରରେ ଥିବା କାଡି ସହର ନିକଟରେ ଏକ କାରଖାନାରେ କାର୍ଯ୍ୟ ଚାଲିଥିଲା। କାରଖାନା ଅଣ୍ଡରଗ୍ରାଉଣ୍ଡ ଟ୍ୟାଙ୍କ ବସାଇବା ପାଇଁ ଶ୍ରମିକମାନେ ଗାତ ଖୋଳୁଥିଲେ। ଏହି ସମୟରେ ଏକ ପାଚେରୀ ଭୁଶୁଡ଼ି ପଡ଼ି ସେମାନଙ୍କ ଉପରେ ପଡ଼ିଥିଲା।
ଫଳରେ ସାତ ଜଣ ଶ୍ରମିକ ଚାପି ହୋଇ ପ୍ରାଣ ହରାଇଛନ୍ତି। ଖବର ପାଇ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ମାତ୍ର କେତେ ଜଣ ଶ୍ରମିକ ସେଠାରେ କାମ କରୁଥିଲେ ସ୍ପଷ୍ଟ ହୋଇନାହିଁ। ପୁଲିସ ତଦନ୍ତ କରୁଥିବା ମେହସାନ ଏସପି କହିଛନ୍ତି।

ad-week
Leave A Reply

Your email address will not be published.