ବାବା ସିଦ୍ଦିକିଙ୍କ ପାଇଁ ଭାଙ୍ଗି ପଡ଼ିଲେ ଭାଇଜାନ୍‌; କ୍ୟାନସଲ କଲେ ସୁଟିଂ

add-all

ଏନ୍‌ସିପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ଭାଙ୍ଗି ପଡ଼ିଛନ୍ତି ବଲିଉଡର ଭାଇଜାନ ସଲମାନ ଖାନ। ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିବା ଖବର ପାଇବା ପରେ ସୁଟିଂ କ୍ୟାନସଲ କରି ଲୀଳାବତି  ହସ୍ପିଟାଲରେ ପହଞ୍ଚିଥିଲେ ଭାଇଜାନ।

ବାବା ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକିଙ୍କ ସହ ସଲମାନ ହସପିଟାଲରେ ବାହାରେ ଥିବା ଫଟୋ ଓ ଭିଡିଓ  ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ସମୟରେ ସଲମାନ ବହୁତ ଦୁଃଖୀ ଥିବା ଜଣାପଡ଼ୁଥିଲା। ଗତକାଲି ‘ବିଗ୍ ବସ୍ ୧୮’ ଶୁଟିଂ ଚାଲିଥିବା ବେଳେ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିବା ଖବର ପାଇଥିଲେ ଭାଇଜାନ।

ବବା ସିଦ୍ଦିକିଙ୍କ ସବୁଠୁ ନିକଟତର ଥିଲେ ସଲମାନ ଖାନ। କେବଳ ସେତିକି ନୁହେଁ ସଲମାନଙ୍କ ପାରିବାରିକ ବନ୍ଧୁ ଭାବେ ବି ଜଣାଶୁଣା ଥିଲେ । ଏପରିକି ସଲମାନ୍ ଆଉ ଶାହରୁଖଙ୍କ ମଧ୍ୟରେ ମତାନ୍ତର ଦୂରରେ ସବୁଠୁ ବଡ଼ ଭୂମିକା ବାବା ସିଦ୍ଦିକିଙ୍କ ଥିଲା।

ଗତକାଲି ଦୁର୍ବୃତ୍ତମାନେ ମୁମ୍ବାଇର ବାନ୍ଦ୍ରା ଇଷ୍ଟରେ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ପଛରେ ଲରେନ୍ସ ଗ୍ୟାଙ୍ଗ ଲିଙ୍କ୍ ଥିବା ସନ୍ଦେହ କରଯାଉଛି। ବାବା ସିଦ୍ଦିକିଙ୍କୁ ହତ୍ୟା ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଛି।

ad-week
Leave A Reply

Your email address will not be published.