ଦୁର୍ଘଟଣା ଷଡ଼ଯନ୍ତ୍ର, ପୁଣି ଟ୍ରେନ୍‌ ଲାଇନ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର

add-all

ପୁଣି ଟ୍ରେନ୍‌ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର। ଟ୍ରେନ୍‌ ଲାଇନ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର। ଉତ୍ତରାଖଣ୍ଡର ରୁରକିରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ।

ସୂଚନା ମୁତାବକ, ଉତ୍ତରାଖଣ୍ଡର ରୁରକି ସ୍ଥିତ ଲଣ୍ଡଉରା ଓ ଧନନ୍ଧେରା ମଝିରେ ଗ୍ୟାସ୍‌ ସିଲିଣ୍ଡର ଠାବ ହୋଇଛି। ତେବେ ଲୋକ ପାଇଲଟ ଟ୍ରାକ୍‌ ଉପରେ ଗ୍ୟାସ୍‌ ସିଲିଣ୍ଡର ଦେଖିବା ପରେ ତୁରନ୍ତ ଏମରଜେନ୍ସି ବ୍ରେକ୍‌ ଲଗାଇ ଟ୍ରେନ୍‌କୁ ଅଟକାଇଛନ୍ତି। ଫଳରେ ଏକ ବଡ଼ ଦୁର୍ଘଟଣା ଘିଟିବା ପୂର୍ବରୁ ଅଳ୍ପକେ ବର୍ତ୍ତି ଯାଇଛି ଟ୍ରେନ୍‌।

ଲୋକୋ ପାଇଲଟ୍ ତୁରନ୍ତ ମୁରାଦାବାଦରେ ଅବସ୍ଥିତ ରେଳ ନିୟନ୍ତ୍ରଣ କକ୍ଷର ଅଧିକାରୀମାନଙ୍କୁ ଏନେଇ ସୂଚନା ଦେଇଥିଲେ। ଏହି ସୂଚନା ପରେ ରେଳ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ ସିଲିଣ୍ଡରକୁ ଟ୍ରାକରୁ ହଟାଇଛନ୍ତି। ଆର୍‌ପିଏଫ୍‌ ଏହି ଘଟଣାର ତଦନ୍ତ ଜାରି ରଖିଛି। ତେବେ ଯାଞ୍ଚ ପରେ ସିଲିଣ୍ଡରଟିରେ ଗ୍ୟାସ୍‌ ନଥିବା ଜଣାପଡ଼ିଛି।

ଏକ ମାଲବାହୀ ଟ୍ରେନ୍‌କୁ ଓଲଟାଇବାକୁ ଷଡ଼ଯନ୍ତ୍ର କରି ଟ୍ରାକ୍‌ ଉପରେ ଗ୍ୟାସ ସିଲିଣ୍ଡର ରଖାଯାଇଥିଲା। ଯେଉଁ ଟ୍ରାକରେ ଗ୍ୟାସ୍ ସିଲିଣ୍ଡର ମିଳିଥିଲା ସେହି ଟ୍ରାକ୍‌ରେ ସେନାର ଯନ୍ତ୍ରପାତି ପରିବହନ କରୁଥିବା ସାମଗ୍ରୀ ଟ୍ରେନ୍ ଚଳାଇବା ପାଇଁ ବ୍ୟବହୃତ ହୁଏ। ତେବେ ଏହି ଗ୍ୟାସ୍‌ ସିଲିଣ୍ଡରକୁ କିଏ ରଖିଥିଲା ତାହା ଜଣାପଡି ନାହିଁ। ତଦନ୍ତ ଜାରି ରହିଛି।

ad-week
Leave A Reply

Your email address will not be published.