ବାବା ସିଦ୍ଦିକିଙ୍କୁ ହତ୍ୟା, ଚିହ୍ନଟ ହେଲା ତୃତୀୟ ଶୁଟର୍‌

add-all

ଚିହ୍ନଟ ହେଲା ପୁର୍ବତନ ମନ୍ତ୍ରୀ ତଥା ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ତୃତୀୟ ଶୁଟର୍‌। ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶ ବହରାଇଚର ବାସିନ୍ଦା ବୋଲି ପୁଲିସ କହିଛି।

ଫେରାର ଶୁଟର୍‌ ଜଣଙ୍କ ହେଲା ଶିବକୁମାର ଓରଫ ଶିବା ଗୌତମ। ସେ ଧରାପଡ଼ଥିବା ଶୁଟର୍‌ ଧର୍ମରାଜର ଗାଁ ଲୋକ। ଧରମରାଜ କଶ୍ୟପ ଏବଂ ଶିବକୁମାର ଓରଫ ଶିବା ଗୌତମ ଶ୍ରମିକ ଭାବରେ କାମ କରିବାକୁ ପୁଣେ ଯାଇଥିଲେ, ତେବେ ଦୁହେଁ କିପରି ମୁମ୍ବାଇରେ ପହଞ୍ଚିଥିଲେ ସେ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ।

ଏଥିସହ ବାହରାଇଚରେ ଶିବକୁମାର ଗୌତମ ଏବଂ ଧରମରାଜ କାଶ୍ୟପଙ୍କ ଅପରାଧିକ ଇତିହାସକୁ ମଧ୍ୟ ପୁଲିସ ଅନୁସନ୍ଧାନ କରୁଛି। ମୁମ୍ବାଇ ପୁଲିସ ୟୁପି ପୁଲିସ ସହ ଯୋଗାଯୋଗ କରିଛି। ଖୁବ୍‌ଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୁଲିସ କହିଛି।

କହିରଖୁ ଯେ, ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ଗତକାଲି ରାତିରେ ବିଚ୍‌ ରାସ୍ତାରେ ଗୁଳିକରି ହତ୍ୟା କରାଯାଇଛି। ତିନି ଜଣ ଶୁଟର୍‌ ଅଟୋରେ ଆସି ତାଙ୍କ ଉପରକୁ ୬ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଏଥିରେ ୪ଟି ଗୁଳି ବାବା ସିଦ୍ଦିକିଙ୍କ ଛାତି ଏବଂ ପେଟରେ ବାଜିଥିଲା। ଫଳରେ ସେ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ। ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଲିଲାବତି ହସ୍ପିଟାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ସେପଟେ ଘଟଣାସ୍ଥଳରକୁ ୩ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବୋଲି ଦାବି କରିଛନ୍ତି।

ad-week
Leave A Reply

Your email address will not be published.